ବନ୍ଦ କରନ୍ତୁ

ଗୋକୁଳାନନ୍ଦ ପୀଠ

ନିର୍ଦ୍ଦେଶ

ଖଣ୍ଡପଡା ବ୍ଳକ ଅନ୍ତର୍ଗତ ସିଧାମୂଳା ଗ୍ରାମ ପଞ୍ଚାୟତ ଅଧିନରେ ଗୋକୁଳାନନ୍ଦ ମନ୍ଦିର ଅବସ୍ଥିତ । ମହାନଦୀକୂଳରେ ଏକ ପାହାଡ ଶୀର୍ଷରେ ସ୍ୱର୍ଗୀୟ ବାବା ସ୍ୱାମୀ ରାମ ଲକ୍ଷ୍ମଣ ଦାସ ମହାରାଜ ଏହି ମନ୍ଦିରଟିକୁ ପ୍ରତିଷ୍ଠା କରିଥିଲେ । ଉଭୟ ସିଧାମୂଳା ପୋଲ ଏବଂ ପାହାଡ ଉପରୁ, ବହିଯାଉଥିବା ମହାନଦୀ ଓ ପାହାଡର ମନୋରମ ଦୃଶ୍ୟକୁ ଉପଭୋଗ କରିହେବ । ପହାଡର ନିମ୍ନରେ ପାଖାପାଖି ୧ କି.ମି. ପର୍ଯ୍ୟନ୍ତ ବିସ୍ତ୍ରୃତ ସବୁଜ ଘାସ ପୂର୍ଣ୍ଣ ସମତଳ ଭୂମି ଲମ୍ବିଯାଇଛି ଯାହାକି ବଣଭୋଜି ଏବଂ ବିଭିନ୍ନ ଖେଳର ଆୟୋଜନ ନିମନ୍ତେ ସ୍ଥାନୀୟ ଓ ନିକଟବର୍ତ୍ତୀ ଜିଲ୍ଲାର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏହି ସ୍ଥାନର ଖୁବ ନିକଟରେ ଗଣିଆ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଖଣ୍ଡପଡା ଷ୍ଟେଟବ୍ୟାଙ୍କ ରହିଛି ।

ପ୍ରକୃଷ୍ଟ ବୁଲିବା ସମୟ :ବର୍ଷସାରା ଯେ କୌଣସି ସମୟରେ  ।

  • ଗୋକୁଳାନନ୍ଦ ପୀଠ
  • ସିଦ୍ଧମୂଳା ସେତୁ
  • ଗୋକୁଳାନନ୍ଦ ପୀଠକୁ ମୁଖ୍ୟ ପ୍ରବେଶ ପଥ
  • ଗୋକୁଳାନନ୍ଦ ପୀଠରୁ ଦୃଶ୍ୟ
  • ଗୋକୁଳାନନ୍ଦ ମନ୍ଦିରକୁ ଯିବା ପାଇଁ ରାସ୍ତା
  • ଗୋକୁଳାନନନ୍ଦ ମନ୍ଦିରର ପ୍ରତିଷ୍ଠାତା
  • ଗୋକୁଳାନନ୍ଦ ପୀଠ
  • ଗୋକୁଳାନନ୍ଦ ନିକଟବର୍ତ୍ତୀ ସିଦ୍ଧମୂଳା ସେତୁ
  • ଗୋକୁଳାନନ୍ଦ ପୀଠରେ ମୁଖ୍ୟ ଦ୍ଵାର
  • ଗୋକୁଳାନନ୍ଦ ଦୃଶ୍ୟ
  • ଗୋକୁଳାନନ୍ଦକୁ ରାସ୍ତା
  • ଗୋକୁଳାନନନ୍ଦ ମନ୍ଦିରର ପ୍ରତିଷ୍ଠାତା

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନପଥ ; ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ: ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

ଭୁବନେଶ୍ୱରଠାରୁ ମାତ୍ର କଣ୍ଟିଲୋକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଚୟନକରି ପର୍ଯ୍ୟଟକମାନେ ଗୋକୁଳାନନ୍ଦଠାରେ ପହଁଚିପାରିବେ । ଏହା ରାଜ୍ୟରାଜଧାନୀ ଠାରୁ ପ୍ରାୟ ୧୦୦ କି.ମି. ଦୁରରେ ଅବସ୍ଥିତ।