ବନ୍ଦ କରନ୍ତୁ

ନୟାଗଡଠାରୁ ୧୪ କି. ମି. ଦୂରରେ ଅବସ୍ଥିତ ଶରଣକୁଳ ପଞ୍ଚଦଶ ଶତାବ୍ଦୀଠାରୁ ପୂଜା ପାଇ ଆସୁଥିବା ଦେବତା ଶ୍ରୀଲଡୁକେଶ୍ୱର ମହାଦେବଙ୍କ ପାଇଁ ପ୍ରଖ୍ୟାତ ।ଶ୍ରୀଲଡୁକେଶ୍ୱର, ଲଡୁବାବା ନାମରେ ଜନପ୍ରିୟ । ଭୂବନେଶ୍ୱରରେ ପୂଜାପାଉଥିବା ଶ୍ରୀ ଲିଙ୍ଗରାଜଙ୍କ ପରି ଏଠାକାର ଅଧିଷ୍ଠିତ ଦେବତା ଉଭୟ ହରି (ବିଷ୍ଣୁ) ଏବଂ ହର(ଶିବ)ଙ୍କ ସଂଯୁକ୍ତ ରୂପ । ଲଡୁବାବାଙ୍କର ପୂଜାପର୍ବ ଓ କର୍ମକର୍ମ।ଣି ମଧ୍ୟ ଶ୍ରୀ ଲିଙ୍ଗରାଜଙ୍କ ସଦୃଶ । ଓଡିଶାର କେତେକ ସୁପ୍ରସିଦ୍ଧ ଶୈବପୀଠଗୁଡିକ ମଧ୍ୟରୁ ଏହା ସ୍ୱତନ୍ତ୍ର ଓ ଅନ୍ୟତମ । ମହାଶିବରାତ୍ରୀ ଉପଲକ୍ଷେ ଏହି ପୀଠରେ ଦୂର ଦୂରାନ୍ତରରୁ ଭକ୍ତମାନଙ୍କର ସମାଗମ ଦେଖିବାକୁ ମିଳେ।

ଯ।ତ୍ରୀମାନଙ୍କର ସ୍ୱାସ୍ଥ୍ୟସେବା ନିମନ୍ତେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ।ବ୍ୟାଙ୍କ ସୁବିଧାପାଇଁ ନିକଟସ୍ଥ ଷ୍ଟେଟବ୍ୟାଙ୍କ, ଶରଣକୁଳ ଶାଖା ଅବସ୍ଥିତ ।

ଜିଲ୍ଲା ମୁଖ୍ୟାଳୟ : ନୟାଗଡ
ରାଜ୍ୟ ରାଜଧାନୀ : ଭୁବନେଶ୍ୱର
ପ୍ରତ୍କୃଷ୍ଠ ସମୟ-ବର୍ଷର ଯେକୌଣସି ସମୟ

  • ଲଡୁବାବା ମନ୍ଦିରରେ ଶିବରାତ୍ରୀ
  • ଲଡୁବାବା ମନ୍ଦିର ପୁଷ୍କରିଣୀ
  • ଲଡୁବାବା ମନ୍ଦିର ଶରଣକୁଳ
  • ଲଡୁବାବା
  • ଶିବରାତ୍ରୀ
  • ଲଡୁବାବା ମନ୍ଦିର,ଶରଣକୁଳ
  • ଲଡୁବାବା ମନ୍ଦିର
  • ଲଡୁବାବା,ଶରଣକୁଳ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର :ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ : ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଆନୁମାନିକ ୧୦୦ କି.ମି. ଓ ନୟାଗଡ ମୁଖ୍ୟାଳୟଠାରୁ ୧୪ କି.ମି. ଦୂରରେ ଶରଣକୁଳ ଅବସ୍ଥିତ। ଭୁବନେଶ୍ୱର-ଓଡଗାଁ ଦେଇ ଯାଇଥିବା ରାଜ୍ୟ ରାଜପଥ ମାଧ୍ୟମରେ ଶରଣକୁଳରେ ସହଜରେ ପହଞ୍ଚି ହେବ ।