ବନ୍ଦ କରନ୍ତୁ

ନୟାଗଡଠାରୁ ୨୮ କି. ମି. ଦୂରରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଐତିହାସିକ ପରମ୍ପରାର ସନ୍ନିବେଶରେ ପରିପୃଷ୍ଟ ରଣପୁର ନୟାଗଡ ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପ୍ରାସଙ୍ଗିଗତା ବଜାୟ ରଖିଛି। ମଣିନାଗ ପର୍ବତ ଶୀର୍ଷରେ ଅଧିଷ୍ଠିତ ଦେବୀ ମଣିନାଗଙ୍କର ଚମତ୍କାର ମନ୍ଦିର ଏକ ଜୀବନ୍ତ ଶକ୍ତିପୀଠରୁପେ ପ୍ରସିଦ୍ଧ । ଏହି ବ୍ୟତୀତ ରଣପୁରର ଅନ୍ୟକେତେକ ଲୋକପ୍ରିୟ ମନ୍ଦିର ଗୁଡିକ ମଧ୍ୟରେ ଏକ ରମଣୀୟ ଜଳପ୍ରପାତ ନିକଟରେ ଥିବା ଅସୁରକୁମାରୀ ମନ୍ଦିରଏବଂ ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଆକର୍ଷିତ କରୁଥିବା ଜଗନ୍ନାଥ ମନ୍ଦିର ଅତ୍ୟତମ । ପର୍ଯ୍ୟଟକମାନେ ନିକଟସ୍ଥ ରଣପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ସୁବିଧା ଲାଭକରିଥାଆନ୍ତି । ବ୍ୟାଙ୍କ ସୁବିଧାପାଇଁ ନିକଟସ୍ଥ ଷ୍ଟେଟବ୍ୟାଙ୍କ, ରଣପୁର ଉପଲବ୍ଧ ।

ଜିଲ୍ଲା ମୂଖ୍ୟାଳୟ : ନୟାଗଡ
ରାଜ୍ୟ ରାଜଧାନୀ : ଭୂବନେଶ୍ୱର
ପ୍ରତ୍କୃଷ୍ଠ ସମୟ-ବର୍ଷର ଯେକୌଣସି ସମୟ

  • ମଣିନାଗ ମନ୍ଦିର, ରଣପୁର
  • ଜଗନ୍ନାଥ ମନ୍ଦିର ,ରଣପୁର
  • ମା ମଣିନାଗ ରଣପୁର
  • ରଣପୁର ଜଗନ୍ନାଥ ମନ୍ଦିର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର :ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ : ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

ପର୍ଯ୍ୟଟକମାନେ ୫ ନମ୍ବର ଜାତୀୟ ରାଜପଥ ଦେଇ ଜଙ୍କିଆରେ ପହଞ୍ଚି ରଣପୁରରେ ପହଁଚିବାପାଇଁ ସିଧାସଳଖ ରାସ୍ତା ପାଇପାରିବେ । ରଣପୁର ରାଜ୍ୟ ରାଜଧାନୀଠାରୁ ୧୦୦ କି.ମି. ଏବଂ ଜଙ୍କିଆଠାରୁ ୨୬ କି.ମି. ଦୂରରେ ଅବସ୍ଥିତ ।