ବନ୍ଦ କରନ୍ତୁ

ପଞ୍ଚୁପଲ୍ଲୀ ପ୍ରଗଣା

ନୟାଗଡ ଠାରୁ ୫୫ କି.ମି. ଦୂରରେ ପ୍ରକୃତିର ପ୍ରଶସ୍ତ ପ୍ରଶାନ୍ତି ଗହଣରେ ସମୟ ଅତିବାହିତ କରିବା ଏବଂ ବିମୁଗ୍ଧ କରିବା ଭଳି ଲକ୍ଷ୍ୟସ୍ଥଳ ହେଉଛି ପଞ୍ଚୁପଲ୍ଲୀ ପ୍ରଗଣା । ଏହା ମହାନଦୀ ଓ ବୃତଙ୍ଗ ନଦୀର ସଙ୍ଗମ ସ୍ଥଳ ଯାହା ଶ୍ରୀ ଗୁପ୍ତେଶ୍ୱର ମହାଦେବ, ଶ୍ରୀଶ୍ରୀ ନବଗୁଞ୍ଜର ଜିଉ ଏବଂ ଦେବୀ କଳାପାଟ ଠାକୁରାଣୀ ଆଦି ପୂଣ୍ୟପୀଠ ଗୁଡିକର ଚିତ୍ରୋପମକୁ ଆବୃତ କରିଅଛି । ଏହି ସ୍ଥାନର ଉତ୍ସୋବଚିତ ମୋହକୁ ଅତୁଟ ରଖିବାପାଇଁ ଏଠାରେ ବର୍ଷତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ପଞ୍ଚୁପଲ୍ଲୀଠାରେ ପର୍ଯ୍ୟଟକଙ୍କ ରହିବାର ସୁବ୍ୟବସ୍ଥା କରାଯାଇଅଛି ଏବଂ ଏହା ଗ୍ରାମୀଣ ପର୍ଯ୍ୟଟକଙ୍କ ପାଇଁ ଉତ୍କୃଷ୍ଠ ସୁଯୋଗ ଯୋଗାଇଥାଏ । ପର୍ଯ୍ୟଟକମାନେ ନିକଟତମ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସାସୁବିଧା ଲାଭ କରିପାରିବେ। ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା, ଖଣ୍ଡପଡା ଏହି ସ୍ଥାନରୁ ନିକଟତମ ବ୍ୟାଙ୍କ ଶାଖା ।

ଜିଲ୍ଲା ମୁଖ୍ୟାଳୟ : ନୟାଗଡ
ରାଜ୍ୟ ରାଜଧାନୀ : ଭୁବନେଶ୍ୱର

ଉତ୍କୃଷ୍ଠ ସମୟ- ବର୍ଷର ଯେକୌଣସି ସମୟ

  • ପଞ୍ଚୁପଲ୍ଲୀ ପ୍ରଗଣା
  • ପଞ୍ଚୁପଲ୍ଲୀ ପ୍ରଗଣା

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର :ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ : ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

ଭୂବନେଶ୍ୱର, ଭାପୁର, କଣ୍ଟିଲୋ ଓ ଗଣିଆ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଦେଇ ପର୍ଯ୍ୟଟକମାନେ ପଞ୍ଚୁପଲ୍ଲୀ ପ୍ରଗଣାକୁ ପହଞ୍ଚି ପାରିବେ। ଏହା ଭୁବନେଶ୍ୱରଠାରୁ ପ୍ରାୟ ୧୨୦ କି. ମି. ଏବଂ ନୟାଗଡ ଜିଲ୍ଲା ମୁଖ୍ୟାଳୟଠାରୁ ୫୫ କି.ମି. ଦୂରତାରେ ଅବସ୍ଥିତ।