ବନ୍ଦ କରନ୍ତୁ

ଜାମୁପାଟଣା

ଜାମୁପାଟଣା

ଶୁଳିଆ ପାହାଡ ପାଦଦେଶରେ ଶ୍ରୀଦୂତୀକେଶ୍ୱର ମହାଦେବଙ୍କ ମନ୍ଦିର ରହିଛି । ଏହା ନୟାଗଡଠରୁ ୩୨ କି.ମି. ଦୂର ଜାମୁପାଟଣାରେ ଅବସ୍ଥିତ । ମନ୍ଦିରକୁ ଲାଗିକରି ଥିବା ପୋଖରୀ ସମ୍ମୁଖରେ ଏକ ବିରାଟ ବଟବୃକ୍ଷ ଶତାଦ୍ଦୀ ଶତାଦ୍ଦୀ ଧରି ଏହିଠାରେ ତିଷ୍ଠିରହି ନିଜ ମହାନୁଭବତାର ପରିଚୟ ଦେଇଥାଏ । ଏହି ବଟବୃକ୍ଷ କଳ୍ପବଟ ନାମରେ ପରିଟିତ । ଦୁତୀକେଶ୍ୱର ଦେବଙ୍କ ମନ୍ଦିର ପରିସର ମଧ୍ୟରେ ଦେବୀ ବନଦୁର୍ଗା, ସୂର୍ଯ୍ୟ ଦେବତା ଏବଂ ଅଷ୍ଟଭୂଜା (ଆଠ ବାହୁଯୁକ୍ତ ଦେବୀ ଦୁର୍ଗା)ଙ୍କୁ ସମପିତ ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ଜାମୁପାଟଣା ପହଁଚିବା ନିମନ୍ତେ ନିକଟତମ ବସଷ୍ଟାଣ୍ଡ ଯାହାକି ମାତ୍ର ୫କି.ମି ଦୂରରେ ଅବସ୍ଥିତ । ପର୍ଯ୍ୟଟକମାନଙ୍କ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ଓଡଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଓଡଗାଁ ଷ୍ଟେଟ ବ୍ୟାଙ୍କ ଏହା ନିକଟରେ ଉପଲବ୍ଧ ।ପ୍ରକୃଷ୍ଟ ବୁଲିବା ସମୟ :ବର୍ଷସାରା ଯେ କୌଣସି ସମୟରେ  ।

  • ଦୁତୀକେଶ୍ଵର ମହାଦେବ ମନ୍ଦିରରୁ ଦୃଶ୍ୟ
  • ଶ୍ରୀ ଦୁତୀକେଶ୍ଵର ମହାଦେବ ମନ୍ଦିର
  • ଦୁତୀକେଶ୍ଵର ମହାଦେବ ,ଯାମୁପାଟଣା
  • ଦୁତୀକେଶ୍ଵର ମହାଦେବ ମନ୍ଦିରରୁ ଦୃଶ୍ୟ
  • ଶ୍ରୀ ଦୁତୀକେଶ୍ଵର ମହାଦେବ
  • ଦୁତୀକେଶ୍ଵର ମହାଦେବ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନପଥ: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ରେଳଗାଡ଼ିରେ

ନିକଟତମ ରେଳପଥ -ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

କିପରି ପହଁଚିବେ :-ଭୁବନେଶ୍ୱରଠାରୁ ୧୨୦ କି.ମି. ଏବଂ ନୟାଗଡ ଜିଲ୍ଲା ମୁଖ୍ୟାଳୟଠାରୁ ଏହା ମାତ୍ର ୩୨ କି.ମି. ଦୂରରେ ଅବସ୍ଥିତ । ଏଠାରେ ପହଁଚିବା ନିମନ୍ତେ ଭୁବନେଶ୍ୱରଠାରୁ ଓଡଗାଁ କୁ ସଂଯୁକ୍ତ କରିଥିବା ରାଜ୍ୟରାଜପଥକୁ ଚୟନ କରି ପର୍ଯ୍ୟଟକମାନେ ଜାମୁପାଟଣାଠାରେ ପହଁଚିପାରିବ । ଏହା ଓଡଗାଁଠାରୁ ମାତ୍ର ୬ କି.ମି. ଦୂର ।