ବନ୍ଦ କରନ୍ତୁ

କୁତୁରି

ବଡମୂଳଠାରୁ ମାତ୍ର ୮ କି.ମି. ଦୂର, ମହାନଦୀ ବନବିଭାଗ ଅଭୟାରଣ୍ୟ ମଧ୍ୟରେ ଥିବା କୁତୁରି, ବନ୍ୟପ୍ରାଣୀମାନଙ୍କ ପ୍ରାକୃତିକ ପ୍ରଜନନ ନିମନ୍ତେ ଏକ ପ୍ରକୃଷ୍ଟ ସ୍ଥାନ । ଏଠାରେ ଏକ ପୋଖରୀ ବନ୍ୟପ୍ରାଣୀଙ୍କ ଲୁଣଚାଟିବା ନିମନ୍ତେ ଏକ ସ୍ଥାନ, ଚାରା ଜାତୀୟ ନାପିୟର ଘାସ ଏବଂ ବିଭିନ୍ନ ଶୋଭା ବର୍ଦ୍ଧକ ଓ ଔଷଧିୟ ବୃକ୍ଷରେ ପରିପୂର୍ଣ୍ଣ ଏବ ଉଦ୍ୟାନ ରହିଛି । ରାତିରେ ଜୀବଜନ୍ତୁଙ୍କ ମୁକ୍ତ ବିଚରଣ ଗତିବିଧିକୁ ଲକ୍ଷ୍ୟ କରିବାପାଇଁ କୁଟୀର ଏବଂ ଉଚ୍ଚ ଟାଓ୍ୱାର ନିର୍ମାଣ କରାଯାଇଛି । ପ୍ରକୃତିକ ସୌନ୍ଦର୍ଯ୍ୟ ଓ କଳା ନୈପୁଣ୍ୟ ଉତ୍କର୍ଷ ପାଇଁ ଏହି ଦୁଇଟି ସ୍ଥାନ ପ୍ରସିଦ୍ଧ । ଛାୟା ଓ ଶୀତଳତା ପ୍ରଦାନ କରୁଥିବା କେତେକ ଗ୍ରୀଷ୍ମମଣ୍ଡଳୀୟ ବୃକ୍ଷକୁ ନେଇ ଗଠିତ ଏହି ସ୍ଥାନଟି ବଣଭୋଜୀ ନିମନ୍ତେ ଏକ ସୁନ୍ଦର ସ୍ଥାନ । ଗୋଟିଏ ବଡ ପାହାଡରୁ ଖୋଦିତ ହୋଇ ଅଲଗା ହେଲା ଭଳି ଦୃଶ୍ୟମାନ ହେଉଥିବା ଏହି ସ୍ଥାନଟି, ପ୍ରକୃତିକ ବାସସ୍ଥାନରେ ଘୂରି ବୁଲୁଥିବା ଜୀବଜନ୍ତଙ୍କୁ ନେଇ ଗଠିତ ଏକ ପ୍ରାଣୀ ଉଦ୍ୟାନପରି ପ୍ରତୀୟମାନ ହୋଇଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନରେ ବିଭିନ୍ନ ସ୍ୱଦେଶୀ ସାଜସଜ୍ଜା ନିମନ୍ତେ ଉଦ୍ଦିଷ୍ଟ ଏବଂ ଔଷଧିୟ ବୃକ୍ଷ ପ୍ରଚୁର ପରିମାଣରେ ମିଳିଥାଏ । ପର୍ଯ୍ୟଟକମାନେ ନିକଟସ୍ଥ ଗଣିଆ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ୱାସ୍ଥ୍ୟ ସୁବିଧା ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖଣ୍ଡପଡାରୁ ବ୍ୟାଙ୍କ ସୁବିଧା ଲାଭ କରିପାରିବେ ।

  • କୁତୁରି
  • କୁତୁରି
  • କୁଆଂରିଆ ହରିଣ ପାର୍କ
  • କୁଟୁରିଆ ହରିଣ ପାର୍କ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନବନ୍ଦର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ-ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

କିପରି ପହଁଚିବେ :-ପର୍ଯ୍ୟଟକମାନେ ଭୁବନେଶ୍ୱରଠାରୁ କଳାପଥରକୁ ସଂଯୋଗ କରିଥିବା ରାଜ୍ୟରାଜପଥକୁ ଚୟନକରି କୁତୁରିଠାରେ ପହଁଚିପାରିବେ ।ଏହା ରାଜ୍ୟ ରାଜଧାନୀ ଠାରୁ ପ୍ରାୟ ୧୦୦ କି.ମି. ଦୂର ଏବଂ ବଡମୂଳଠାରୁ ୮ କି.ମି. ଦୂରରେ ଅବସ୍ଥିତ।