ବନ୍ଦ କରନ୍ତୁ

କୁଆଁରିଆ

ନିର୍ଦ୍ଦେଶ

ନୟାଗଡ ଠାରୁ ୫୦ କି.ମି. ଦୂରରେ ଅବସ୍ଥିତ କୁଆଁରିଆ ମନୋରମ ପ୍ରବେଶପଥ ପର୍ବତର ଏକ ପାର୍ଶ୍ୱରେ ଥିବା ବିସ୍ତୀର୍ଣ୍ଣ ଜଳଭଣ୍ଡାର ଏବଂ ୧.୫ କି.ମି. ପରିବ୍ୟାପ୍ତ କୁଆଁରିଆ ନଦୀ ଉପରେ ନିର୍ମିତ ଜଳଭଣ୍ଡାରକୁ ନେଇ ଗଠିତ । ପ୍ରମୁଖ ଆକର୍ଷଣଗୁଡିକ ମଧ୍ୟରେ ନଦୀ ଅବବାହିକାରେ ପରିବ୍ୟାପ୍ତ ୬ ଏକର ପରିମିତ ଏବ ବିରାଟ ମୃଗବିହାର ଏଠାରେ ଅବସ୍ଥିତ । ମୃଗବିହାରରେ ପ୍ରାୟ ୧୬୦ ସଂଖ୍ୟକ ଚିତ୍ରିତ ମୃଗ ଏବଂ ସମ୍ବର ରହୁଛନ୍ତି । ଶୀତଋତୁରେ ବହୁସଂଖ୍ୟକ ପ୍ରବାସୀ ପକ୍ଷୀ ଏହି ଜଳଭଣ୍ଡାରକୁ ଆସିଥାଆନ୍ତି । ଏହି ସ୍ଥାନର ପାହାଡ ନଦୀ ଏବଂ ଜଙ୍ଗଲର ପ୍ରଶାନ୍ତ ସୌନ୍ଦର୍ଯ୍ୟ ଓ ମୃଗବିହାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ପୁନରାଗମନ ପାଇଁ ଆକର୍ଷିତ କରେ । ପର୍ଯ୍ୟଟକମାନେ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିକିତ୍ସା ସୁବିଧା ପାଇପାରନ୍ତି ଯାହା ଏହି ସ୍ଥାନର ନିକଟବର୍ତ୍ତୀ ଅଟନ୍ତି ।ଭାରତୀୟ ଷ୍ଟେଟବ୍ୟାଙ୍କ ଏହି ସ୍ଥାନଠାରୁ ନିକଟତମ ବ୍ୟାଙ୍କ ଅଟେ ।

ଜିଲ୍ଲା ମୂଖ୍ୟାଳୟ : ନୟାଗଡ
ରାଜ୍ୟ ରାଜଧାନୀ :ଭୁବନେଶ୍ୱର

ଉତ୍କୃଷ୍ଠ ସମୟ- ନଭେମ୍ବର ମାସ ଠାରୁ ଫେବ୍ରୁୟାରୀ ମାସ ପର୍ଯନ୍ତ ।

  • କୁଆଁରିଆ ନଦୀ
  • କୁଆଁରିଆ ସେତୁ ଦୃଶ୍ୟ
  • କୁଆଁରିଆ ସେତୁ
  • କୁଆଁରିଆ ସେତୁ ଦଶପଲ୍ଲା
  • କୁଆଁରିଆ ସେତୁ
  • କୁଆଁରିଆ ସେତୁ ଦୃଶ୍ୟ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ୱର ।

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ : ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

ପର୍ଯ୍ୟଟକମାନେ ଭୁବନେଶ୍ୱର ଠାରୁ ନୟାଗଡକୁ-ନୂଆଗାଁ ଦେଇ ଯାଇଥିବା ରାଜ୍ୟ ରାଜପଥକୁ ଚୟନ କରି କୁଆଁରିଆରେ ପହଞ୍ଚି ପାରିବେ ।ଏହା ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ପ୍ରାୟ ୧୨୦କି.ମି.ଏବଂ ଜିଲ୍ଲା ମୁଖ୍ୟାଳୟ ନୟାଗଡଠାରୁ ପ୍ରାୟ ୫୦କି.ମି. ଦୂରେରେ ଅବସ୍ଥିତ। ଦଶପଲ୍ଲାଠାରୁ ଏହି ସ୍ଥାନର ଦୂରତ୍ୱ ୫ କି.ମି. ଅଟେ ।