କଣ୍ଟିଲୋ
ନିର୍ଦ୍ଦେଶମହାନଦୀ କୂଳରେ ଅବସ୍ଥିତ କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାଇଁ ପ୍ରସିଦ୍ଧ । ସବୁଜ ବନାନୀ ପରିବେଷ୍ଟିତ ଏକ ଯୋଡିହୋଇ ରହିଥିବା ପାହାଡର ଶୀର୍ଷରେ ଏହି ମନ୍ଦିର ଟି ଅବସ୍ଥିତ । ଶ୍ରୀ ଜଗନ୍ନାଥଙ୍କ ନାନାଦି ଧର୍ମ ପଦ୍ଧତିରେ ଶ୍ରୀ ନୀଳମାଧବଙ୍କର ଏକ ପ୍ରମୁଖ ସ୍ଥାନ ରହିଛି । ଶ୍ରୀ ନୀଳମାଧବ ମନ୍ଦିର, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ କ୍ଷୁଦ୍ର ପ୍ରତିରୂପ ଏବଂ ଏହାର ଧର୍ମବିଧି ଓ ନାନାଦି କର୍ମ ଶ୍ରୀ ଜଗନ୍ନାଥଙ୍କ ସହିତ ସମାନ । କଂସା, ପିତ୍ତଳ ବାସନ କାରିଗରି, ହସ୍ତଶିଳ୍ପ ଓ ବାସନ କୁସନ ନିମନ୍ତେ କଣ୍ଟିଲୋ ଓ଼ଡିଶା ପ୍ରସିଦ୍ଧ । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ କଂସା ପିତ୍ତଳର ଚମତ୍କାରୀ କାରିଗରି ଜିନିଷଗୁଡିକୁ ସ୍ମୃତିଚିହ୍ନ ସୂରୂପ ନିଜ ସାଥିରେ ନେଇଥାନ୍ତି । ଶ୍ରୀ ନୀଳମାଧବ ଜୀଉଙ୍କ ଚରଣରୁ ଏକ ସ୍ଥାୟୀ ପବିତ୍ର ଜଳଧାରା ସଦାସର୍ବଦା ପ୍ରବାହିତ ହେଉଛି । ପ୍ରଭୁ ସିଦ୍ଧେଶ୍ୱରଙ୍କ ମନ୍ଦିର ମଧ୍ୟ ଏହି ସ୍ଥାନର ଏକ ପ୍ରମୁଖ ଆକର୍ଷଣ । ଓଡିଶାରେ ବଣଭୋଜି ମିମନ୍ତେ ଉଦ୍ଦିଷ୍ଟ କେତେକ ପ୍ରମୁଖ ସ୍ଥାନ ମଧ୍ୟରୁ ଏହା ଅନ୍ୟତମ । କଣ୍ଚିଲୋରେ ମାଘ ସପ୍ତମୀ,ଚନ୍ଦନଯାତ୍ରା ମହା ଆଡମ୍ବରରେ ପାଳନ କରାଯାଏ । ଯାତ୍ରୀ ମାନଙ୍କ ସେବା ଓ ସୁବିଧା ନିମନ୍ତେ କଣ୍ଟିଲୋ ସ୍ୱସ୍ଥ୍ୟ କେନ୍ଦ୍ର ଓ କଣ୍ଟିଲୋ ଷ୍ଟେଟ ବ୍ୟାଙ୍କ ଏହି ସ୍ଥାନ ନିକଟରେ ଅବସ୍ଥିତ ।
ପ୍ରକୃଷ୍ଟ ବୁଲିବା ସମୟ : ବର୍ଷର ଯେ କୌଣସି ସମୟ ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର
ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ : ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)
ସଡ଼କ ପଥରେ
କିପରି ପହଁଚିବେ :-ପର୍ଯ୍ୟଟକମାନେ ଭୁବନେଶ୍ୱରଠାରୁ କଳାପଥରକୁ ସଂଯୋଗ କରିଥିବା ରାଜ୍ୟରାଜପଥକୁ ଚୟନକରି କଣ୍ଟିଲୋ ପହଁଚିପାରିବେ ।ଏହା ରାଜ୍ୟ ରାଜଧାନୀ ଠାରୁ ପ୍ରାୟ ୧୦୦ କି.ମି. ଦୂର ଏବଂ ଜିଲ୍ଲା ମୁଖ୍ୟାଳୟ, ନୟାଗଡଠାରୁ ୩୩କି.ମି. ଦୂରରେ ଅବସ୍ଥିତ।