ବନ୍ଦ କରନ୍ତୁ

ପ୍ରଭୁ ଶ୍ରୀ ରଘୁନାଥ ଜିଉ ମନ୍ଦିର ପାଇଁ ଓଡଗାଁ ସୁପରିଚିତ। ଏହା ଓଡିଶାରେ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରତି ଉତ୍ସଗୀକୃତ ମନ୍ଦିର ମଧ୍ୟରେ ଅନ୍ୟତମ । ଏହି ମନ୍ଦିରରେ କାଠରେ ନିର୍ମିତ ସୁନ୍ଦର ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ମନ୍ଦିରରେ ଖଚିତ କଳସ ସମ୍ପୂର୍ଣ ସ୍ୱର୍ଣ୍ଣରେ ନିର୍ମିତ । ମନ୍ଦିର ସହିତ ସଂଶ୍ଳିଷ୍ଟ ଏକ ଜନପ୍ରିୟ କିମ୍ୱଦନ୍ତୀ ଅନୁସାରେ ସତରଶହ ଶତାବ୍ଦୀର ପ୍ରସିଦ୍ଧ କବି, କବିସମ୍ରାଟ ଉପେନ୍ଦ୍ରଭଞ୍ଜ, ଶ୍ରୀ ରଘୁନାଥ ଜିଉଙ୍କ ଚରଣରେ ତାଙ୍କର ମାନସପୂର୍ଣ୍ଣ ଛନ୍ଦ “ବୈଦେହୀଶ ବିଳାସ” ରଚନା କରିଛନ୍ତି । ରାମନବମୀ ଏଠାରେ ପାଳିତ ହେଉଥିବା ଏକ ମହତ୍ୱପୂର୍ଣ୍ଣ ପର୍ବ । ନୟାଗଡ ସହରଠାରୁ ୨୬ କି.ମି. ଦୂରରେ ଓଡଗାଁ ଅବସ୍ଥିତ । ଓଡିଶାର ଖ୍ୟାତି ସଂପର୍ଣ୍ଣ କବି, ଉପେନ୍ଦ୍ର ଭଞ୍ଜ ଏଠାରେ ଧ୍ୟାନ କରି ରାମତାରକ ମନ୍ତ୍ରରେ ପରିପୂର୍ଣ୍ଣତା ଲାଭ କରିଥିଲେ । ଏହି ମନ୍ଦିର ୧୯୦୩ ମସିହାରେ ନିର୍ମିତ । ପର୍ଯ୍ୟଟକ ମାନେ ନିକଟତମ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିକିତ୍ସା ସୁବିଧା ଲାଭ କରିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଓଡଗାଁ ଶାଖା ଏଠାର ନିକଟତମ ବ୍ୟାଙ୍କ ଶାଖା ।

ଜିଲ୍ଲା ମୂଖ୍ୟାଳୟ : ନୟାଗଡ
ରାଜ୍ୟ ରାଜଧାନୀ : ଭୁବନେଶ୍ୱର

ଉତ୍କୃଷ୍ଟ ସମୟ-ବର୍ଷର ଯେକୌଣସି ସମୟ

  • ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର, ଓଡଗାଁ
  • ଶ୍ରୀ ଶ୍ରୀ ରଘୁନାଥ ଜୀଉ
  • ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଭିତରର ଦୃଶ୍ୟ
  • ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରର ମୁଖ୍ୟ ଦ୍ୱାର
  • ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର
  • ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର, ଓଡଗାଁ
  • ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଭିତରର ଦୃଶ୍ୟ
  • ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରର ମୁଖ୍ୟ ଦ୍ୱାର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର :ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ : ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

ପର୍ଯ୍ୟଟକମାନେ ରାଜ୍ୟ ରଜପଥରେ ଭୁବନେଶ୍ୱରରୁ ନୟାଗଡ ଦେଇ ଓଡଗାଁ ପହଁଚିପାରିବେ । ଏହି ସ୍ଥାନ ଭୁବନେଶ୍ୱର ଠାରୁ ପାଖାପାଖି ୧୧୫ କିମି ଓ ନୟାଗଡ ମୂଖ୍ୟାଳୟଠାରୁ ୨୬ କି.ମି. ଦୂରରେ ଅବସ୍ଥିତ ।