ବନ୍ଦ କରନ୍ତୁ

ଉଦୟପୁର ଲାଇବ୍ରେରୀ

ନିର୍ଦ୍ଦେଶ
ଶ୍ରେଣୀ ଅନ୍ୟାନ୍ୟ

ସଂସ୍କୃତି ସମୃଦ୍ଧ ନୟାଗଡ ଜିଲ୍ଲାର ଏକ ଅବର୍ଣ୍ଣନୀୟ ଗ୍ରାମ ଉଦୟପୁରରେ ସ୍ୱର୍ଗତ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା) ଉଦୟପୁର ଲାଇବ୍ରେରୀ ଗଢି ତୋଳିଥିଲେ । ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ କବି ଯଦୁମଣି ସାହିତ୍ୟ ସଂସଦକୁ ନେଇ ଏହି ଉଦୟପୁର ଲାଇବ୍ରେରୀ ଗଠିତ । ଭାଷା ଓ ସଂସ୍କୃତି ପ୍ରେମୀଙ୍କ ପାଇଁ ଏହା ଏକ ତୀର୍ଥସ୍ଥାନ ରୂପେ ପରିଗଣିତ ।ବିଶ୍ୱର ଖ୍ୟାତିସମ୍ପର୍ଣ୍ଣ ବିଦ୍ୟାର୍ଥୀ ମାନେ ଏହି ଅନୁଷ୍ଠାନର ଉପାଦେୟତା ବିଷୟରେ ଅବଗତ ହେବାପାଇଁ ଏଠାକୁ ଆସିଥାନ୍ତି । ବିଭିନ୍ନ ଭାଷାର ୫0000 ବହିପତ୍ର ଏବଂ ୩୦ଟି ଭାଷାର ଶବ୍ଦକୋଷ ଏହି ଲାଇବ୍ରେରୀରେ ଗଛିତ ଅଛି । ତତ୍ ସହିତ ୬୫000 ପତ୍ରପତ୍ରିକା ମଧ୍ୟ ଏଠାରେ ଉପଲବ୍ଧ ।ଏହି ସଂଗ୍ରାହାଳୟରେ ମୋଟ ୪୨ ଗୋଟି ବିଭାଗ ରହିଛି ଏବଂ ଏଠାରେ ସଂଗୃହୀତ ଦ୍ରବ୍ୟ ଗୁଡିକ ହେଉଛି ବିରଳ ସ୍ଥାପତ୍ୟ, ଖଣିଜ ଦ୍ରବ୍ୟ, କଳା, କାରିଗରି, ଅସ୍ତ୍ରଶସ୍ତ୍ର, ମୁଦ୍ରା ଓ ଡାକଟିକଟ ଇତ୍ୟାଦି । ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ସ୍ୱାସ୍ଥ୍ୟସେବା ନିମନ୍ତେ ନିକଟସ୍ଥ ମହିପୁର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ୟାଙ୍କିଙ୍ଗ୍ ସୁବିଧା ପାଇଁ ନୂଆଗାଁ ଷ୍ଟେଟବ୍ୟାଙ୍କର ଉପାଦେୟ ଭୂମିକା ରହିଛି ।

ଉତ୍କୃଷ୍ଠ ସମୟ-ବର୍ଷର ଯେକୌଣସି ସମୟ

  • ଅରବିନ୍ଦ ସଂଗ୍ରହାଳୟ ରେ ମାଟିରେ ପ୍ରସ୍ତୁତ ସାମଗ୍ରୀ
  • ବାଞ୍ଛାନିଧି ପାଠାଗାରରେ ଥିବା ବହି
  • ଅରବିନ୍ଦ ସଂଗ୍ରହାଳୟରେ ଥିବା ବିରଳ ମୁଦ୍ରା
  • ସ୍ଵର୍ଗତ ଦାଶରଥି ପଟ୍ଟନାୟକ
  • ଦାଶରଥି ପଟ୍ଟନାୟକ, ପାଠାଗାର
  • ମାଟିରେ ତିଆରି ମୂର୍ତ୍ତୀ
  • ଅରବିନ୍ଦ ସଂଗ୍ରହାଳୟ ରେ ମାଟିରେ ପ୍ରସ୍ତୁତ ସାମଗ୍ରୀ
  • ବାଞ୍ଛାନିଧି ପାଠାଗାର
  • ଅରବିନ୍ଦ ସଂଗ୍ରହାଳୟ
  • ସ୍ଵର୍ଗତ ଦାଶରଥି ପଟ୍ଟନାୟକ,ଉଦୟପୁର
  • ଉଦୟପୁର ପାଠାଗାର
  • ମାଟିରେ ତିଆରି ମୂର୍ତ୍ତୀ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ : ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

ପର୍ଯ୍ୟଟକମାନେ ଭୁବନେଶ୍ୱରଠାରୁ ନୂଆଗାଁକୁ ସଂଯୋଗ କରିଥିବା ରାଜ୍ୟରାଜପଥ ଚୟନ କରି ଉଦୟପୁର ଲାଇବ୍ରେରୀଠାରେ ପହଞ୍ଚିପାରିବେ।ଏହିସ୍ଥାନଟି ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୧୦୦ କି.ମି. ଦୂର ଏବଂ ବ୍ଳକ ସଦରମହକୁମା ନୂଆଗାଁଠାରୁ ୩ କି.ମି ଦୂରରେ ଅବସ୍ଥିତ।