ବନ୍ଦ କରନ୍ତୁ

ଶିକ୍ଷା

ସର୍ବଶିକ୍ଷା ଅଭିଯାନ

ଭାରତୀୟ ସମ୍ବିଧାନର ୮୬ ତମ ସଂଶୋଧନ ଅନୁସାରେ ଆଦେଶିତ ମୁତାବକ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ସେମାନଙ୍କର ମୌଳିକ ଅଧିକାର, ଅବାଧ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପରିପ୍ରେକ୍ଷୀରେ ଭାରତ ସରକାର ସମୟ ସୀମା ମଧ୍ୟରେ ପ୍ରାଥମିକ ଶିକ୍ଷା ସାର୍ବଜନୀନକରଣକୁ ହାସଲ କରିବା ନିମନ୍ତେ ସର୍ବଶିକ୍ଷା ଅଭିଯାନ(ଏସ.ଏସ. ଏ) ନାମରେ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ।

  • ଓଡିଶାରେ ୩୦ ଗୋଟି ଜିଲ୍ଲାରେ ୨୦୦୧ ମସିହାଠାରୁ ନିମ୍ନଲିଖିତ ଲକ୍ଷ୍ୟ ନେଇ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରାଯାଉଛି :
  • ୨୦୦୩ ମସିହା ସୁଦ୍ଧା ୬-୧୪ ବର୍ଷର ସମସ୍ତ ପିଲା ବିଦ୍ୟାଳୟକୁ ଯିବେ ।
  • ୨୦୦୭ ମସିହା ସୁଦ୍ଧା ସମସ୍ତ ପିଲା ବିଦ୍ୟାଳୟରେ ୫ ବର୍ଷ ସମାପ୍ତ କରିବେ ।
  • ୨୦୧୦ ମସିହା ସୁଦ୍ଧା ସାର୍ବଜନୀନ ରହଣି ।
  • ୨୦୦୭ ମସିହା ସୁଦ୍ଧା ପ୍ରାଥମିକ ସ୍ତରରେ ଏବଂ ୨୦୧୦ମସିହା ସୁଦ୍ଧା ଉଚ୍ଚ ପ୍ରାଥମିକ ସ୍ତରରେ ଲିଙ୍ଗଗତ ଓ ସାମାଜିକ ଶ୍ରେଣୀଗତ ଦୃରତ୍ଵକୁ କମାଇବା, ଜୀବନ ପାଇଁ ସନ୍ତୋଷ ଜନକ ତଥା ଗୁଣାତ୍ମକ ଶିକ୍ଷା ଉପରେ କେନ୍ଦ୍ରୀଭୂତ କରିବା ।

ସର୍ବଶିକ୍ଷା ଅଭିଯାନ ନୟାଗଡ

  • ସର୍ବଶିକ୍ଷା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ -୧ଗୋଟି ।
  • ବ୍ଳକ ଶିକ୍ଷା କାର୍ଯ୍ୟାଳୟ – ୮(ଆଠ)ଗୋଟି ।
  • ଜିଲ୍ଲାର ୭୬୧ ଟି ପ୍ରାଥମିକ ବିଦ୍ୟାଳୟ ,୪୯୫ ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ୨୪୫ ଟି ଉଚ୍ଚ ବିଦ୍ୟାଳୟ ଅଛି ।
  • ଜିଲ୍ଲାରେ ୪୯୬୧ ଜଣ ଶିକ୍ଷକ ସରକାରୀ ବିଦ୍ୟାଳୟରେ ୨୪୪ ଜଣ ଶିକ୍ଷକ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟ କରୁଅଛନ୍ତି ।
  • ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୧୧୯୩୭୯ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଅଛନ୍ତି।
    ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୨୯୯୯୬ ଜଣ ଛାତ୍ର ଛାତ୍ରୀ ପଢୁ ଅଛନ୍ତି ।
  • ଜିଲ୍ଲାର ସରକାରୀ ସ୍ତରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ଅଧ୍ୟୟନରତ ସମସ୍ତ ଅନୁସୁଚିତ ଜାତି, ଜନଜାତି, ଦାରିଦ୍ର୍ୟ ସିମାରେଖା ତଳେ ଓ ଉପରେ ଥିବା ବାଳକ ବର୍ଗ, ସମସ୍ତ ବାଳିକାଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଛି ।
  • ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ମାଗଣା ପାଠ୍ୟ ପୁସ୍ତକ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଅଛି ।
  • ୧୪୧ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳିକା ମାନଙ୍କୁ ଆତ୍ମରକ୍ଷା କୌଷଳ ଉପରେ ତାଲିମ ଦିଆଯାଇଅଛି ।
  • ୧୦୬ ଗୋଟି ବିଦ୍ୟାଳୟରେ ପିଲାମାନଙ୍କର କମ୍ପୁଟର ଭିତ୍ତିକ ଶିକ୍ଷଣ କାର୍ଯ୍ୟକ୍ରମ ଚାଲୁ ରହିଛି ।
  • ପିଲାମାନଙ୍କର ଶିକ୍ଷଣ ଦକ୍ଷତା ବୃଦ୍ଧି ନିମିତ୍ତ ଶିକ୍ଷକ ମାନଙ୍କର ବିଷୟ, ପ୍ରସଙ୍ଗ ଓ ତଥ୍ୟ ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଛି ।
  • ପିଲାମାନଙ୍କର ଶିକ୍ଷଣରେ ପ୍ରତିକାରକ ମୂଳକ ପଦକ୍ଷେପ ନିଆଯାଇ ଶିକ୍ଷକ ମାନଙ୍କର ଉଜ୍ୱଳ ଓ ଉତଥାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି ।
  • ଡାକ୍ତରୀ ଆକଳନ ଶିବିର ମାଧ୍ୟମରେ ଭିନ୍ନକ୍ଷମ ପିଲାମାନଙ୍କୁ ଆବଶ୍ୟକ ସହାୟକ ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଅଛି ।
    ଭିନ୍ନକ୍ଷମ ପିଲାମାନଙ୍କର ବିଦ୍ୟାଳୟରେ ନିୟମିତ ଉପସ୍ଥାନ, ପ୍ରଗତି ପାଇଁ ପିତାମାତାଙ୍କର ପରାମର୍ଶ ଶିବିର ଆୟୋଜନ କରାଯାଇଛି ।
  • ଅନୁସୁଚିତ ଜାତି, ଜନଜାତିର ପିଲାମାନଙ୍କର ପ୍ରଗତି ପାଇଁ ସୃଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
  • ଜିଲ୍ଲାର ସର୍ବବୃହତ ସହ ଶିକ୍ଷଣ କାର୍ଯ୍ୟକ୍ରମ ସୁରଭି କ୍ଳଷ୍ଟର, ବ୍ଳକ ଓ ଜିଲ୍ଲା ସ୍ତରରେ ଅନୁଷ୍ଟିତ ହୋଇଯାଇଛି ।
  • କିଶୋର ସ୍ୱାସ୍ଥ୍ୟ ଓ ପରାମର୍ଶ ସଂମ୍ପର୍କରେ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଅଛି ।
  • ଟ୍ରାନ୍ସପୋର୍ଟ ଓ ଏସକଟ ଆଲାଉନସ ଭିନ୍ନକ୍ଷମ ପିଲା ତଥା ବିଦ୍ୟାଳୟଠାରୁ ଅଧିକ ଦୂରତାରେ ଥିବା ପିଲାମାନଙ୍କୁ ଯୋଗାଇ ଦିଆଯାଉଛି ।
  • ବିଦ୍ୟାଳୟ ପରିଚାଳକ କମିଟି ସଦସ୍ୟମାନଙ୍କର ବିଦ୍ୟାଳୟରେ ସର୍ବାଙ୍ଗିନ ଉନ୍ନତି ନିମିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
  • ପିଲ୍ଲାମାନଙ୍କର ନିରାପତ୍ତା ଓ ସୁରକ୍ଷା ସଂମ୍ପର୍କ ଜିଲ୍ଲାସ୍ତରରେ ବି.ଇ.ଓ, ଏ.ବି.ଇ.ଓ, ସି.ଆର.ସି.ସି. ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
  • ବେଟୀ ବଚାଓ ବେଟୀ ପଢାଓ ସମ୍ପର୍କରେ ମାତା ଶିକ୍ଷକ ସଂଘର ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।
  • ଜିଲ୍ଲାର କିଛି ବିଦ୍ୟାଳୟରେ ପରିକ୍ଷା ମୁଳକ ଭାବେ ସର୍ବଭାରତୀୟ ସ୍ତରରେ ପିଲାମାନଙ୍କର ଉପଲବଧୀ ସ୍ତରରେ ପରୀକ୍ଷା କରାଯାଇଛି ।
  • ବିଦ୍ୟାଳୟ ଉନ୍ନତି, ମରାମତି, ରକ୍ଷଣାବେକ୍ଷଣ, ଶିକ୍ଷଣ ଶିକ୍ଷା ଉପକରଣ ଅନୁଦାନ ପ୍ରତ୍ୟେକ ବିଦ୍ୟାଳୟକୁ ପ୍ରେରଣ କରାଯାଇଛି ।
  • ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଦକ୍ଷତା ବିକାଶ ବାଲ ଜ୍ୟୋତି କାର୍ଯ୍ୟକ୍ରମ କରାଯାଇଅଛି ।
  • ୨୧ ଗୋଟି ନିଜସ୍ୱ ଗୃହ ବିଦ୍ୟାଳୟରେ ନୁତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଅଛି ଓ ବାଳକ ଓ ବାଳିକା ଶୌଚାଳୟ ଯୋଗାଇ ଦିଆଯାଇଅଛି ।
    ଓଡଗାଁ ବ୍ଳକର ଓଡଗାଁ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ କୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି ।