ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ଉଦ୍ଦେଶ୍ୟ

  • ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରାଇବା ।
  • ଲିଙ୍ଗଗତ ସାମ୍ୟତା ରକ୍ଷା କରାଇବା ଶିଶୁ କନ୍ୟାକୁ ସୁରକ୍ଷା ଦେବା ।
  • ଉନ୍ନତ ମାନର ସ୍ୱାସ୍ଥ୍ୟସେବା(ପ୍ରତିଷେଧକ ଓ ଆରୋଗ୍ୟ) ଯୋଗାଇଦେଇ ସାଧାରଣ ନାଗରିକ ମଧ୍ୟରେ ଆସ୍ଥ୍ୟା ଫେରାଇ ଆଣିବା ।
  • ସ୍ଵାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଖ ଏବଂ ପଞ୍ଚାୟତିରାଜ ବିଭାଗ ସହିତ ଗୋଷ୍ଠୀ ସହଭାଗିତା ଓ ଏକାଭିମୁଖତା ନେଈ କାର୍ଯ୍ୟ କରିବା
  • ସମସ୍ତଙ୍କ ପାଇଁ ସ୍ଵାସ୍ଥ୍ୟସେବା ଯୋଗାଇଦେଇ ସୁସ୍ଥ ନୟାଗଡ଼ ଗଠନ କରିବା
  • ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ର ତୁରନ୍ତ ମୁକାବିଲା

କାର୍ଯ୍ୟକ୍ରମ

  • ପ୍ରଜନନ ଓ ଶିଶୁ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ
  • ସ୍ଵାସ୍ଥ୍ୟ ଅନୁଷ୍ଠାନ ମାନଙ୍କର ଭିତ୍ତିଭୂମି ବିକାଶ , ସ୍ଵାସ୍ଥ୍ୟଭିତ୍ତିକ ସରଞ୍ଜାମ ଯୋଗାଣ ଓ କୁଶଳୀ କର୍ମଚାରୀ ନିୟୋଜନ
  • ପୁଞ୍ଜି ବିନିଯୋଗ, ନିୟମିତ ଭାବେ କର୍ମଚାରୀ ମାନଙ୍କର ଦକ୍ଷତା ବିକାଶ
  • ଉନ୍ନତ ସ୍ଵାସ୍ଥ୍ୟସେବା ବାର୍ଷିକ ଯୋଜନା ଓ ବ୍ୟୟଅଟକଳ ପ୍ରସ୍ତୁତି
ନୟାଗଡ ଜିଲ୍ଲାର ସ୍ୱାସ୍ଥ୍ୟ ବିବରଣୀ
କ୍ରମିକ ସଂଖ୍ୟା ସଂସ୍ଥାର ପ୍ରକାର ସଂଖ୍ୟା ବିବରଣୀ
ଜିଲ୍ଲା ଚିକିତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ
ଜିଲ୍ଲା ପୋଷ୍ଟ ମର୍ଟମ କେନ୍ଦ୍ର ପି.ପି.ସି ନୟାଗଡ
ବ୍ଲକ ପୋଷ୍ଟ ମର୍ଟମ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରଣପୁର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖଣ୍ଡପଡା(ନିର୍ମାଣଧୀନ ଅବସ୍ଥାରେ)
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୧୨ (ନୂଆଗଡିଆସାହି,ଶରଣକୁଳ,ଭାପୁର ମହୀପୁର,ରାଜସୁନଖଳା,ଗଣିଆ,ବଡପଣ୍ଡୁସର,ମଧ୍ୟଖଣ୍ଡ ,ଦଶପଲ୍ଲା, ରଣପୁର,ଓଡଗାଁ ଏବଂ ଖଣ୍ଡପଡା)
ଜଣେ ମାତ୍ର ଡାକ୍ତର ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୩୭
ସବସେଣ୍ଟର ୧୬୬
ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ (ରାଷ୍ଟ୍ରୀୟ ବାଳସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଥିବା) ୧୫ (ଗଣିଆରେ ଗୋଟିଏ ଓ ଅନ୍ୟ ୭ ଟି ବ୍ଲକରେ ୨ଗୋଟି ଲେଖାଏଁ)
ଅଙ୍ଗନୱାଡ଼ି କେନ୍ଦ୍ର ୧୫୪୪
ଅନ୍ୟ ଚିକିସ୍ଥାଳୟ ବସନ୍ତ ମଞ୍ଜରି ସ୍ୱାସ୍ଥ୍ୟ ନିବାସ (ଯକ୍ଷ୍ମା ଚିକିସ୍ଥାଳୟ)
୧୦ ଏଡସ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ୭ଆଇସିଟିସି ୩ଏଫସିଟିସି (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ ରେ ୨ଟି, ଚାନ୍ଦପୁର ଚିକିସ୍ଥାଳୟ ରେ ୧ଟି ଏବଂ ୧ଟି ଲେଖାଏଁ ପ୍ରତି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଦଶପଲ୍ଲା , ଖଣ୍ଡପଡା, ଓଡଗାଁ ଏବଂ ରାଜସୁନଖଳା )
(ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଶରଣକୁଳ,ଭାପୁର ଏବଂ ମହୀପୁର
୧୧ ଶ୍ରଦ୍ଧା (ଅର୍ଶ କ୍ଲିନିକ) (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦଶପଲ୍ଲା, ଶରଣକୁଳ ଏବଂ ରାଜ ସୁନାଖଳା)
୧୨ ଆଶା ଗୃହ ପ୍ରତିଷ୍ଠିତ (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦଶପଲ୍ଲା, ଶରଣକୁଳ ଏବଂ ରାଜ ସୁନାଖଳା)
୧୩ ଏ.ଏନ.ଏମ ତାଲିମ କେନ୍ଦ୍ର ଦଶପଲ୍ଲା
୧୪ ମଞ୍ଜୁରିପ୍ରାପ୍ତ ଆଶା ଗୃହ ୮୮୫
୧୫ ଆଶା ଗୃହ ଅଛି ୮୭୫
୧୬ ରୋଗୀକଲ୍ୟାଣ ସମିତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗଠନ କରାଯାଇଛି ହଁ
୧୭ ରୋଗୀକଲ୍ୟାଣ ସମିତି(ମଣ୍ଡଳୱାରି)
୧୮ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୩୭
୧୯ ଗାଁ କଲ୍ୟାଣ ସମିତି ୧୩୮୯
୨୦ ସ୍ବତନ୍ତ ନବଜାତ ଶିଶୁ ସେବା କେନ୍ଦ୍ର ୧୨ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ
୨୧ ନବଜାତ ଶିଶୁ ସ୍ଥିରୀକୃତ କେନ୍ଦ୍ର ୪ ଶଯ୍ୟା ବିଶିଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦଶପଲ୍ଲା
୨୨ ପୃଷ୍ଟି ସାଧନ କେନ୍ଦ୍ର ୧୦ ଶଯ୍ୟା ବିଶିଷ୍ଠ 2 (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖଣ୍ଡପଡା)
୨୩ ସହାୟତା କେନ୍ଦ୍ର (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦଶପଲ୍ଲା)
ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ଓ ଯୋଗାଯୋଗ ନମ୍ବର
କ୍ରମିକ ନଂ ମଣ୍ଡଳର ନାମ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ
1 ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ
2 ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାପୁର
3 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାଘୁଆପଲ୍ଲୀ
4 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିମାନି
5 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଦ୍ମାବତୀ
6 ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟଖଣ୍ଡ
7 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦଶପଲ୍ଲା
8 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାଣିଗୋଛା
9 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚଢେୟାପଲ୍ଲୀ
10 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କଳସଖମଣ ନୂଆଗାଁ
11 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁଜାମେଣ୍ଢୀ
12 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଟାକରା
13 ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗଣିଆ
14 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଡକଟା
15 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଛାମୁଣ୍ଡିଆ
16 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରାସଙ୍ଗ
17 ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖଣ୍ଡପଡା
18 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନୂଆଗଡିଆସାହି
19 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବନମାଳିପୁର ନୂଆଗଡିଆସାହି
20 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିରିଡି
21 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କଣ୍ଟିଲୋ
22 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁମ୍ଭାରପଡା
23 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୟତିଢୋଲମରା
24 ନୟାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବଡପଣ୍ଡୁସର
25 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାଲୁଗାଁ
26 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଇଟାମାଟି
27 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାଳିକାପ୍ରାସାଦ ବଡପଣ୍ଡୁସର
28 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲାଠିପଡା
29 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶଙ୍ଖୋଇ
30 ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମହିପୁର
31 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡିମିରିପଲ୍ଲୀ
32 ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
33 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାହାଡାଝୋଲା
34 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନୂଆଗାଁ
35 ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶରଣକୁଳ
36 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓଡଗାଁ
37 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡିମିଶର
38 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଡିପଡା
39 କଜଳେଇପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
40 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋମଣ୍ଡ
41 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁରାଳ
42 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଗରବନ୍ଧ
43 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସୁନାମୂହିଁ
44 ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଜସୁନଖଳା
45 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରଣପୁର
46 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡମସାହି
47 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଦର୍ପନାରାଯଣପୁର
48 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଝିଆଖଣ୍ଡ
49 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମୟୂରଝାଲିଆ
50 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତାରିଆ
51 ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର , ଚାନ୍ଦପୁର

ନୟାଗଡ ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମରେ ସଫଳତା-୨୦୧୭-୧୮

  • ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଭିତ୍ତିକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ।ରାଜସୁନାଖଳାଠାରେ ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଭିତ୍ତିକ ହସ୍ପିଟାଲ ଶେଷ ପର୍ଯ୍ୟାୟରେ ପହଞ୍ଚିଅଛି ।ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଭିତ୍ତିକ ହସ୍ପିଟାଲ ପ୍ରଗତୀଶୀଳ ।
  • ସହାୟତା କେନ୍ଦ୍ରନୟାଗଡ ଜିଲ୍ଲା ମୁଖ୍ୟାଳୟରେ ଓ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରୋଗୀମାନଙ୍କୁ ସହାୟତା କରିବା ପାଇଁ ଆଉଟ ସୋର୍ସିଂ ମାଧ୍ୟମରେ ଉତ୍ସର୍ଗୀକୃତ ଜନଶକ୍ତିଙ୍କୁ ନେଇ ଦୁଇଟି ସହାୟତା କେନ୍ଦ୍ର କାର୍ଯ୍ୟକ୍ଷମ ।
  • ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ନଭେମ୍ବର ମାସ ୨୦୧୨ ମସିହାରୁ ପ୍ରତ୍ୟେକ ମାସର ୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମା ମାନଙ୍କୁ ପ୍ରସବ ପୂର୍ବ କାଳୀନ ସେବା ଦିଆଯାଉଛି ।
  • ଜନ ଔଷଧୀ କେନ୍ଦ୍ରଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନସାଧାରଣଙ୍କୁ କମ୍ ମୂଲ୍ୟରେ ଓୌଷଧ ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଛି ।
  • ପୃଷ୍ଟି ସାଧନ କେନ୍ଦ୍ରଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଉତ୍ସର୍ଗୀକୃତ ଜନଶକ୍ତୀଙ୍କୁ ନେଇ ଦୁଇଟି ପୃଷ୍ଟି ସାଧନ କେନ୍ଦ୍ର କାର୍ଯ୍ୟକ୍ଷମ । ଏହି ବର୍ଷ  ୪୩ ଓ ୬୪ ଜଣ ଅପପୃଷ୍ଟି ର ଶିକାର ହୋଇଥିବା ଶିଶୁଙ୍କୁ ଯଥାକ୍ରମେ ଉପରୋକ୍ତ କେନ୍ଦ୍ରେ ସେବା ଦିଆଯାଇଛି।
  • ନବଜାତ ଶିଶୁ ସେବା କେନ୍ଦ୍ରନବଜାତ ଶିଶୁଙ୍କୁ ତତ୍ କ୍ଷଣାତ ସ୍ୱାସ୍ଥ୍ୟ ସେବା ଦେବାପାଇଁ ସ୍ଥିରିକୃତ ୧୫ ଟି ସରକାରୀ ଅନୁଷ୍ଠାନରେ ନବଜାତ ଶିଶୁ ସେବା କେନ୍ଦ୍ର ଅବସ୍ଥାପିତ ଓ କାର୍ଯ୍ୟକ୍ଷମ, ଯେଉଁଥିରେ ୨୪ ଗୋଟି ରେଡିଆଣ୍ଟ ଓ୍ୱାର୍ମର ଲଗାଯାଇଅଛି ।
  • ଜିଲ୍ଲାରେ ଅସୁସ୍ଥ ଶିଶୁ ଓ ନବଜାତ ମୃତ୍ୟୁ ହାର କମାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ୧୨ ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର ନବଜାତ ଶିଶୁ କେନ୍ଦ୍ର ସ୍ଥାପନା କରାଯାଇଛି । ( ଏହି ବର୍ଷ ସମୁଦାୟ ୯୬୪ ଜଣ ନବଜାତ ଶିଶୁଙ୍କୁ ସେବା ଦିଆଯାଇଛି ) ଏହି ଚିକିତ୍ସାଳୟରେ ଆପଣଙ୍କୁ ସ୍ୱାଗତ । ଏହାର ପରିବେଶକୁ ପରିସ୍କାର ପରିଛନ୍ନ ରଖିବା ପାଇଁ ଯଥା ସମ୍ବନ୍ଧ ପ୍ରୟାସ କରିବେ ।
  • ଗାଁ କଲ୍ୟାଣ ସମିତିଜିଲ୍ଲାରେ ୧୩୮୯ ଗୋଟି ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ଷମ ଏବଂ ପ୍ରତି ବର୍ଷ ପ୍ରତ୍ୟକ ଗାଁ କଲ୍ୟାଣ ସମିତିକୁ ଟ୧୦,୦୦୦/- ଟଙ୍କା ଲେଖାଏଁ ଦିଆଯାଇଛି । ଏପର୍ଯ୍ୟନ୍ତ ୯୫୦୦ ଜଣ ଗାଁ କଲ୍ୟାଣ ସମିତିର ସଭ୍ୟ/ସଭ୍ୟାମାନଙ୍କୁ ବିଭିନ୍ନ ତାଲିମ ମାନ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯାଇଛି ।
  • ଆଶାକର୍ମୀସ୍ୱାସ୍ଥ୍ୟ ସେବାରେ ଉନ୍ନତି ଗୋଷ୍ଠୀ ସ୍ତରରେ ସଚେତନତା, ଠିକ୍ ସମୟରେ ଗ୍ରାମ୍ୟ ସ୍ଥରେ ସ୍ୱାସ୍ଥ୍ୟ ସେବା ପହଁଚାଇବା ଇତ୍ୟାଦି ପାଇଁ ପ୍ରତି ୧୦୦୦ ଜନସଂଖ୍ୟରେ ଜିଲ୍ଲାରେ ୮୯୬ ଜଣ ଆଶାକର୍ମୀ କାର୍ଯ୍ୟରତ । ସେମାନଙ୍କର ସ୍ୱାସ୍ଥ୍ୟ ଭିତ୍ତିକ ଜ୍ଞାନ କୌଶଳ ବୃଦ୍ଧି ନିମନ୍ତେ ବିଭିନ୍ନ ସମୟରେ ଓ ସ୍ତରରେ ତାଲିମ ଦିଆଯାଉଛି । ଯୋଗାଯୋଗ, ସ୍ୱାସ୍ଥ୍ୟଭିତ୍ତିକ ପରାମର୍ଶ, ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବାପାଇଁ ସମସ୍ତ ଆଶାକର୍ମୀ ମାନଙ୍କୁ ବି.ଏସ. ଏନ୍. ଏଲ (ସି.ୟୁ.ଜି) ସିମ୍ କାର୍ଡ ପ୍ରଦାନ କରାଯାଇଛି । ସେକ୍ଟର ସ୍ତରରେ ଆଶାମାନଙ୍କୁ ସହାୟତା ନିମନ୍ତେ ଆଶା ସାଥି ମାନେ ନିଯୁକ୍ତ ହୋଇଛନ୍ତି ।
  • ଜନନୀ ସୁରକ୍ଷା କାର୍ଯ୍ୟକ୍ରମଆନୁଷ୍ଠାନିକ ପ୍ରସବକୁ ଉତ୍ସାହିତ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ଜନନୀ ସୁରକ୍ଷା କାର୍ଯ୍ୟକ୍ରମ ୨୦୦୬ ମସିହାଠାରୁ ଚାଲୁଅଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୯୩୧ ଜଣ ‘ମା’ ଲାଭ ପାଇପାରିଛନ୍ତି(ଅପ୍ରେଲ-ଅଗଷ୍ଟ- ୨୦୧୭)।
  • ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମରେ ଉଭୟ ମା ଓ ଶିଶୁଙ୍କୁ ୧୩ଟି ସ୍ଥିରିକୃତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଅର୍ଥ ବିହୀନ ସେବା ଦିଆଯାଉଛି। ଏହି ସେବାରେ ମାଗଣା ଔଷଧ, ମାଗଣା ରୋଗ ନିରୁପଣ, ମାଗଣା ଯାତାୟତ, ମାଗଣା ଖାଦ୍ୟ ଓ ମାଗଣା ରକ୍ତ ଇତ୍ୟାଦି ଅନ୍ତର୍ଭୁକ୍ତ।
  • ମମତା ଦିବସପ୍ରତ୍ୟେକ ମାସରେ ଜିଲ୍ଲାର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଗର୍ଭବତୀ, ପ୍ରସୂତୀ ମାଙ୍କୁ ଶିଶୁ (୦-୩ବର୍ଷ) ଓ କିଶୋରୀ ବାଳିକମାନଙ୍କୁ ପ୍ରଥମିକ ସେବା ଦେବାପାଇଁ ମମତା ଦିବସ ପାଳନ କରାଯାଉଛି ।
  • ରୋଗୀ କଲ୍ୟାଣ ସମିତିଜିଲ୍ଲାରେ ସମୁଦାୟ ୫୦ ଟି ରୋଗୀ କଲ୍ୟାଣ ସମିତି ଅନୁଷ୍ଠାନ ସ୍ତରରେ କାର୍ଯ୍ୟକ୍ଷମ। ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ରୋଗୀ କଲ୍ୟାଣ ସମିତି ମାଧ୍ୟମରେ ବିଭିନ୍ନ ସମାସ୍ୟାର ସମାଧାନ କରାଯାଇଥାଏ ।
  • ରକ୍ତ ଭଣ୍ଡାରଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦଶପଲାରେ ଗୋଟିଏ ଲେଖାଏଁ ରକ୍ତ ଭଣ୍ଡାର ରହିଛି । ଅନ ଲାଇନ ମାଧ୍ୟମରେ ଓ ବ୍ଳଡ ଗୃପ ଅନୁସାରେ ଷ୍ଟକ ସ୍ଥିତି ଅନୁଧ୍ୟାନ କାରାଯାଇଥାଏ ।
  • ହେଲଥ୍ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ (ଏଚ. ଏମ. ଆଇ. ଏସ୍)ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟକୁ ଅନଲାଇନ୍ ମାଧ୍ୟଲେରେ ପ୍ରତି ମାସରେ ଏଣ୍ଟ୍ରି କରାଯାଏ । ଏହି ତଥ୍ୟ ଆଧାରରେ ଉପଯୁକ୍ତ ଖସଡା ପ୍ରସ୍ତୁତ କରାଯାଇ ଲୋକମାନଙ୍କପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଏ ।
  • ଆୟୂଷଏଲୋପାଥିକ୍ ଡାକ୍ତରଙ୍କ ଅଭାବ ପୂରଣ କରିବାପାଇଁ ୩୯ ଜଣ ଆର୍ୟୁବେର୍ଦିକ୍ ଓ ହୋମିଓପାଥିକ୍ ଡାକ୍ତର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ଯ୍ୟ କରୁଛନ୍ତି ।
  • ଟ୍ରେନିଂକର୍ମଚାରି ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଳକ ସ୍ତରରେ ଉପଯୁକ୍ତ ଟ୍ରେନିଙ୍ଗ ଦିଆଯାଏ ।
  • ଟୀକାକରଣସମସ୍ତ ଗର୍ଭବତୀ ମହିଳା ଓ ୦-୧୫ବର୍ଷ ବର୍ଗର ସମସ୍ତ ଶିଶୁ ମାନଙ୍କୁ ଉପଯୁକ୍ତ ଟୀକାକରଣ କରାଯାଇଥାଏ ।
  • ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ-୧୮ବର୍ଷ ଶିଶୁମାନଙ୍କର ନୀୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଶିଶୁ ମାନଙ୍କର ଜନ୍ମଗତ ତ୍ରୁଟି, ସ୍ୱାସ୍ଥ୍ୟ ସମାସ୍ୟା, ବିଳମ୍ୱିତ ବିକାଶ ଓ ଅକ୍ଷମତାର ସହଳ ଚିହ୍ନଟ କରଣ ଓ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଜନ୍ମ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁଠାରେ ସମ୍ଭବ୍ୟ ଜନ୍ମଗତ ତୃଟିର ଚିହ୍ନଟକରଣ କରାଯାଉଅଛି । ମୋବାଇଲ ହେଲଥ ଟିମ (ଏମ. ଏଚ.ଟି.) ଦ୍ୱାରା ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଓ ଯୁକ୍ତ ୨ ବିଦ୍ୟାଳୟ ପରିଦର୍ଶନ କରି ନିୟମିତ ବ୍ୟବଧାନରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ବିଳମ୍ୱିତ ବିକାଶ ତଥା ଅକ୍ଷମତାର ସହଳ ଟିହ୍ନଟକରଣ। ଡି.ଇ.ଆଇ.ସି. ମାଧ୍ୟମରେ ଜନ୍ମଗତ ତୃଟିର ଚିକିତ୍ସାପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଯଥା- କଟକ ବଡଡାକ୍ତରଖାନା, କ୍ୟାପିଟାଲ ହସ୍ପିଟାଲ, ଭୂବନେଶ୍ୱର, ଏମ.କେ.ସି. ଜି. ମେଡିକାଲ,ବ୍ରହ୍ମପୁର, ଆପୋଲ ହସପିଟାଲ ଭୂବନେଶ୍ୱର, ଏମସ୍ ହସ୍ପିଟାଲ ଭୂବନେଶ୍ୱର ଆଦିକୁ ପ୍ରରଣ କରାଯାଇଥାଏ ।

ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କର ମାନଚିତ୍ର (ମଣ୍ଡଳୱାରି)