ପଶୁପାଳନ
ନୟାଗଡ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ଯୋଗାଇ ଦିଆଯାଉଥିବା ସୁବିଧା:-
କ୍ରମିକ ସଂଖ୍ୟା | ଅନୁଷ୍ଠାନର ନାମ | ସଂଖ୍ୟା |
---|---|---|
୧ | ପ୍ରାଣୀ ଚିକିତ୍ସାଳୟ(ଭି.ଏଚ ଏବଂ ଭି.ଡ଼ି .) | ୧୬(୧+୧୫) |
୨ | ପ୍ରାଣୀ ଚିକିତ୍ସାଳୟରେ କୃତ୍ରୀମ ପ୍ରଜନନର ସୁବିଧା | ୧୬ |
୩ | ପ୍ରାଣୀ ସହାୟକ କେନ୍ଦ୍ର | ୬୮ |
୪ | କୃତ୍ରୀମ ପ୍ରଜନନର ସୁବିଧା ଥିବା କେନ୍ଦ୍ର | ୫୭ |
୫ | ଘର ପାଖରେ କୃତ୍ରିମ ପ୍ରଜନ ଯୋଗାଇ ଦେବାର ସୁବିଧା ଉଭୟ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀ ସହାୟକ କେନ୍ଦ୍ରରେ) | ୭୫ |
୬ | ସମୁଦାୟ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀ ସହାୟକ କେନ୍ଦ୍ର ମିଶି ୭୫ ଟିରେ କୃତ୍ରିମ ପ୍ରଜନନର ସୁବିଧା ମିଳୁଅଛି । (ଖ+ ଘ) | ୭୩ |
୭ | ସମୁଦାଯ ଗୋମିତ୍ର କାମ କରୁଛନ୍ତି | ୨୯ |
୮ | ପୁମୁଲ୍ ଦ୍ୱାରା ପରିଚାଳିତ କୃତ୍ରିମ ପ୍ରଜନନ କେନ୍ଦ୍ର | ୫ |
୯ | ଜେ.କେ. ଟ୍ରଷ୍ଟ ଦ୍ୱାରା ପରିଚାଳିତ ଆଇ. ଏଲ୍. ଡି. ସି. କେନ୍ଦ୍ର | ୧୪ |
୧୦ | ସମୁଦାଯ କୃତ୍ରିମ ପ୍ରଜନନ କେନ୍ଦ୍ର(ଓଁ +ଚ+ଛ) | ୧୨୧ |
୧୧ | କୃତ୍ରିମ ପ୍ରଜନନ ସୁବିଧା ନଥିବା ପ୍ରାଣୀ ଚିକିତ୍ସାଳୟ | କିଛି ନାହିଁ |
୧୨ | କୃତ୍ରିମ ପ୍ରଜନନର ସୁବିଧା ନଥିବା ପ୍ରାଣୀ ସହାୟକ କେନ୍ଦ୍ର ସଂଖ୍ୟା | ୧୧ |
୧୩ | ମୋଟ ପଶୁ ଡାକ୍ତର କାର୍ଯ୍ୟ କରନ୍ତି (ଭିଏସ/ଏଭିଏସ/ବିଭିଓ/ଡିଡି) | ୨୩ |
୧୪ | ଡାକ୍ତର ପଦବୀ ଖାଲି | କିଛି ବି ନାହିଁ |
୧୫ | ମୋଟ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟ କରନ୍ତି (ଏଲ. ଆଇ/ଭିଟି) | ୬୨( ୨୭ ଟି ପଦବି ଖାଲି) |
୧୬ | ଏଲ.ଏ.ସି. ରେ ମୋଟ ଏଲ. ଆଇ ପଦବି ଖାଲି | ୬(ଅନ୍ୟ ୨୧ ଟି ଭିଟି ମାନଙ୍କ ଦ୍ଵାରା ପରିଚାଳିତ ହେଉଛି) |
ପ୍ରାଣୀ ଚିକିତ୍ସାଳୟ ଗୁଡିକ ମଣ଼୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଅଛି ଏବଂ ବିଭାଗ ଦ୍ୱାରା ହେଉଥିବା ଉନ୍ନତି ମୂଳକ କାର୍ଯ୍ୟଗୁଡିକ ଅତିରିକ୍ତ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଅଛି । ପ୍ରାଣୀ ସହାୟକ କେନ୍ଦ୍ରଗୁଡିକ ପ୍ରାଣୀଧନ ନିରୀକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଅଛି । ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ହେଉଛନ୍ତି ଜିଲ୍ଲାର ମୂଖ୍ୟ ।
ଗୋରୁ ଗାଇଙ୍କ ସଂଖ୍ୟା:
୨୦୧୨ ପଶୁଗଣନା ଅନୁସାରେ
- ଗାଇଗୋରୁଙ୍କ ସଂଖ୍ୟା ୨୨୯୫୨୪,
- ମଇଁଷି ସଂଖ୍ୟା-୧୯୮୩୮,
- ମେଣ୍ଢା ସଂଖ୍ୟା –୨୮୦୭୯,
- ଛେଳି ସଂଖ୍ୟା ୯୧୭୭୭ ଏବଂ
- କୁକ୍କୁଟ ସଂଖ୍ୟା- ୧୮୪୮୭୫
ଟୀକାକରଣ
କ୍ରମିକ ସଂଖ୍ୟା | ଟୀକାକରଣର ନାମ | ବାର୍ଷିକ ଲକ୍ଷ୍ୟ(୨୦୧୬-୧୭) | ସଫଳତା(୨୦୧୬-୧୭) | ବାର୍ଷିକ ଲକ୍ଷ୍ୟ(୨୦୧୭-୧୮) | ବାର୍ଷିକ ସଫଳତା(୨୦୧୭-୧୮) |
---|---|---|---|---|---|
୧ | ସାହାଣ | ୨୪୦୦୦୦ | ୨୧୦୦୦୦ | ୨୦୦୦୦୦ | ୧୭୯୭୦୦ |
୨ | ବଜବଜିଆ | ୨୦୮୦୦୦ | ୨୦୦୦୦୦ | ୧୪୪୬୦୦ | ୧୬୪୪୦୦ |
୩ | ଫାଟୁଆ | ୧୩୭୫୦୦ | ୨୨୪୫୦୦ | ୩୫୦୦୦୦ | ୨୯୩୮୦୦ |
୪ | ପି.ପି.ଆର | ୧୨୮୦୦୦ | ୧୪୬୫୦୦ | ୭୮୦୦୦ | ୪୫୦୦୦ |
୫ | ଇ.ଟି.ଭି | ୪୫୦୦୦ | ୨୪୦୦୦ | ୩୯୦୦୦ | ୩୬୪୦୦ |
୬ | ଛେଳି ବସନ୍ତ | ୫୫୦୦୦ | ୯୦୦୦୦ | ୪୨୦୦୦ | ୫୫୦୦୦ |
୭ | ରାଣୀକ୍ଷେତ | ୭୧୦୦୦ | ୩୨୫୦୦ | ୨୭୦୦୦ | ୬୦୦୦୦ |
୮ | ଥେଲେରିଆ | ୨୭୪୫ | ୨୭୪୫ | ୧୩୫୫ | 0 |
୯ | ଆନ୍ଥ୍ରାକ୍ସ | ୫୫୦୦ | ୬୦୦୦ | ୨୦୦୦୦ | ୮୭୦୦ |
୧୦ | କୁକୁର କାମୁଡା ଟୀକା | – | ୧୯୦ | ୨୪୫ | |
୧୧ | ବ୍ରୁସେଲା | – | – | ୫୦୦ | ୧୨୦୦ |
ଜିଲ୍ଲା ପ୍ରାଣୀ ରୋଗ ନିରୁପଣ କେନ୍ଦ୍ର:-
ଜିଲ୍ଲା ପ୍ରାଣୀରୋଗ ନିରୁପଣ କେନ୍ଦ୍ର ୦୧.୦୬.୨୦୧୧କାର୍ଯ୍ୟକ୍ଷମ ହୋଇଅଛି । ଏଠାରେ ୨୦୧୬-୧୭ରେ ୮୭୩ଟି ସାମ୍ପୁଲ୍ ପରୀକ୍ଷା ହୋଇଥିଲା, ବାର୍ଡଫ୍ଳୁ ପାଇଁ ୯୩୦ ସାମ୍ପୁଲ ଓ ବ୍ରୁସେଲା ପାଇଁ ୧୯୭ ସାମ୍ପୁଲ୍ ଏ.ଡି.ଆର.ଆଇ କୁ ପଠାଯାଇଥିଲା ।୨୦୧୭-୧୮ରେ ଜିଲ୍ଲା ରୋଗ ନିରୁପଣ କେନ୍ଦ୍ରରେ ୫୩, ଫାଟୁଆ କଣ୍ଟ୍ରୋଲ ପ୍ରୋଗ୍ରାମ ୧୮୦ ଓ ପି.ପି. ଆର କଣ୍ଟ୍ରୋଲ୍ ପ୍ରୋଗ୍ରାମ ପାଇଁ ୬୦ ଟି ସାମ୍ପୁଲ ଏ.ଡି.ଆର୍.ଆଇକୁ ପଠାଯାଇଥିଲା।
ଚିକିତ୍ସା/ଧରାଣ/ଗୋବର ପରୀକ୍ଷା ସମ୍ବନ୍ଧେ:-
କ୍ରମିକ ସଂଖ୍ୟା | ଆକଳନ | ବାର୍ଷିକ ଲକ୍ଷ୍ୟ(୨୦୧୬-୧୭) | ବାର୍ଷିକ ସଫଳତା(୨୦୧୬-୧୭) | ବାର୍ଷିକ ଲକ୍ଷ୍ୟ(୨୦୧୭-୧୮) | ବାର୍ଷିକ ସଫଳତା(୨୦୧୭-୧୮) |
---|---|---|---|---|---|
୧ | ଚିକିତ୍ସା ଲକ୍ଷ୍ୟ | ୩୨୩୦୦୦ | ୨୮୧୬୭୬ | ୩୨୩୦୦୦ | ୩୦୩୭୮୧ |
୨ | ଧରାଣ | ୧୭୦୦୦ | ୧୦୭୩୭ | ୧୭୦୦୦ | ୧୧୯୨୩ |
୩ | କୃମି ନିରାକରଣ | ୧୫୭୫୦ | ୩୬୧୬୪ | ୫୯୦୦୦ | ୫୯୦୦୦ |
ଜାତୀୟ ପୃଷ୍ଟି ପ୍ରଦାନ ଯୋଜନା:-
୨୦୧୧-୧୨ରେ ୫୦ ପ୍ରତିଶତ ଛାଡରେ ଛେଳିପାଳନ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିଲା ।୨୦୧୫-୧୬ ଠାରୁ ୨୦୧୭-୧୮ପର୍ଯ୍ୟନ୍ତି ସମୁଦାୟ ଲକ୍ଷ୍ୟ ୩୧ ଥିବାବେଳେ ସବୁ ପୁରଣ ହୋଇଥିଲା ଏବଂ ୨ଟି ଛେଳି କ୍ଳଷ୍ଟର ହୋଇଥିଲା ।
ବର୍ଷ | ଲକ୍ଷ୍ୟ | ସଫଳତା | ଛେଳି କ୍ଳଷ୍ଟର |
---|---|---|---|
୨୦୧୫-୧୬(ଦ୍ଵିତୀୟ ଫେଜ) | ୫ | ୫ | ୨ |
୨୦୧୫-୧୬(ଚତୁର୍ଥ ଫେଜ) | ୧୦ | ୧୦ | 0 |
୨୦୧୬-୧୭(ଷ୍ଟେଟ ପ୍ଳାନ) | ୮ | ୮ | 0 |
ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା:-
ନୟାଗଡ ଜିଲ୍ଲାରେ ୮ଟିବ୍ଳକରେ ୮ଟି ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଏହାଦ୍ୱାରା ଗ୍ରାମକୁ ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦେଉଅଛି ।
ଗୋରୁ ଗାଇଙ୍କ ବୀମା କାର୍ଯ୍ୟକ୍ରମ:-
କୃଷକମାନଙ୍କୁ ୫୦ ପ୍ରତିଶତ ରିହାତିରେ ବୀମା ଯୋଗାଇ ଦିଆଯାଉଅଛି ।
ଗୋପାଳନ ଉଦ୍ଦ୍ୟୋଗୀ ଯୋଜନା:-
ଏହି ଯୋଜନାରେ ୨୫ ପ୍ରତିଶତ ରିହାତିରେ ୨,୪,୬,୮,୧୦ଟି ଗାଈ ରଖିବା ସୁବିଧା ଅଛି ।୨୦୧୭-୧୮ରେ ମୂଳ ଲକ୍ଷ୍ୟ ୮ ଥିବା ବେଳେ ୭୯ଟି ଦରଖାସ୍ତ ଆସିଥିଲା । ସେଥି ମଧ୍ୟରୁ ୩୨ଟି ମଞ୍ଜୁର ହୋଇଅଛି ।୩୧.୩.୨୦୧୮ ସୁଧା ଏହି ଯୋଜନାରେ ୩୮ ଟି ଗାଇ କିଣା ହୋଇଅଛି ।
ଜେ.କେ. ଟ୍ରଷ୍ଟ କାର୍ଯ୍ୟକ୍ରମ/ଜେ.କେ. ଟ୍ରଷ୍ଟ ସେଣ୍ଟର:-
ସମୁଦାୟ ୧୪ଟି ଜେ.କେ. ଟ୍ରଷ୍ଟ ସେଣ୍ଟେର କୃତ୍ରିମ ପ୍ରଜନନର ସୁବିଧା ଯୋଗାଇ ଦେଉଅଛି । ସେଥି ମଧ୍ୟରୁ ଖଣ୍ଡପଡା ବ୍ଳକରେ ୭ଟି, ଗଣିଆ ବ୍ଳକରେ ୨ଟି ଏବଂ ଦଶପଲ୍ଲା ରେ ୫ଟି ।
ଘର ଅଗଣାରେ କୁକ୍କୁଟ ପାଳନ:-
ବର୍ଷ | ଲକ୍ଷ୍ୟ ସଂଖ୍ୟା(ଆରବିଡିଏସ ) | ଲକ୍ଷ୍ୟ ରାଶି(ଆରବିଡିଏସ) | ସଫଳତା ସଂଖ୍ୟା(ଆରବିଡିଏସ) | ସଫଳତା ରାଶି(ଆରବିଡିଏସ) | ଲକ୍ଷ୍ୟ ସଂଖ୍ୟା(ମଦର ୟୁନିଟ) | ଲକ୍ଷ୍ୟ ରାଶି(ମଦର ୟୁନିଟ) | ସଫଳତା ସଂଖ୍ୟା(ମଦର ୟୁନିଟ) | ସଫଳତା ରାଶି(ମଦର ୟୁନିଟ) |
---|---|---|---|---|---|---|---|---|
୨୦୧୪-୧୫ | ୧୫୦ | ୩୮୨୫୦୦ | ୧୫୦ | ୩୮୨୫୦୦/- | – | – | – | – |
୨୦୧୫-୧୬ | ୬୪ | ୨୪୦୦୦୦/- | ୬୪ | ୨୪୦୦୦୦/- | – | – | – | – |
୨୦୧୬-୧୭ | ୧୯୨ | ୭୨୦୦୦୦/- | ୧୯୨ | ୨୮୮୦୦୦/- | ୧ | ୧00000/- | ୧ | – |
ଘର ଅଗଣାରେ କୁକୁଡା ପାଳନ ଯୋଜନାରେ ୨୧ ଦିନିଆଁ ବନରାଜ ଚିଆଁ, ବି.ପି.ଏଲ୍ କାର୍ଡ ଧାରୀମାନଙ୍କୁ ବିନା ମୂଲ୍ୟରେଯୋଗାଇ ଦିଆଯାଉଅଛି ।୨୦୧୬-୧୭ରେ ଘର ଅଗଣାରେ କୁକୁଡା ପାଳନ ଯୋଜନାରେ ୧୯୨ ଜଣ ଚାଷୀ ଏବଂ ଚିଆଁ ପାଳନ କେନ୍ଦ୍ର ଦ୍ୱାରା ୧ ଜଣ ଚାଷୀ ଉପକୃତ ହୋଇଅଛି ।
ଉଦ୍ୟୋଗୀ ଉନ୍ନତିକରଣ ଓ ନିଯୁକ୍ତି ସୃଷ୍ଟି ଯୋଜନା:-
ଏହି ଯୋଜନାରେ ୧୦୦୦ କାପାସିଟ୍ ବ୍ରଏଲର ୟୁନିଟ୍, ଛେଳିଫାର୍ମ ଓ ଘୁଷୁରୀ ଫାର୍ମ କାର୍ଯ୍ୟକାରୀ ହୋଇଅଛି ।
ମିନେରାଲ ମିକ୍ସର ବଣ୍ଟନ :-
୭୫ ପ୍ରତିଶତ ରିହାତିରେ ୬୧ ଜଣ ଗୋ ସମବାୟ ସଂସ୍ଥା ସଦସ୍ୟ ଏବଂ ୪୦ ଜଣ ଗୋ ସମବାୟ ସଂସ୍ଥା ଅଣ ସଦସ୍ୟଙ୍କୁ ୩୦୩୦ କେ. ଜି. ମିନେରାଲ ମିକ୍ସର ବଣ୍ଟାଯାଇଛି ।
ଗୋରୁ ଗାଇଙ୍କ ସଂଖ୍ୟା:-
ବ୍ଳକୱାରୀ ରୋଗ ପ୍ରାଦୁର୍ଭାବ ଓ ଟୀକାକରଣ ବିଷୟରେ ସମସ୍ତ ତଥ୍ୟ ଏହି ସାଇଡ୍ ରେ ଲୋଡ କରାଯାଉଅଛି ।
ମୋବାଇଲ୍ ସିମ୍ ବଣ୍ଟନ କାର୍ଯ୍ୟକ୍ରମ:-
କୃଷକମାନଙ୍କୁ ବିନା ମୂଲ୍ୟରେ ଭୋଡାଫୋନ୍ ସିମ୍ ଯୋଗାଇ ଦିଆଯାଇଛି । ଯାହା ଦ୍ୱାରା ସେମାନେ ବିଭାଗୀୟ ଯୋଜନା ବିଷୟରେ ଜାଣି ପାରୁଛନ୍ତି । ନଯାଗଡ ଜିଲ୍ଲାରେ ୮ ଟି ବ୍ଳକରେ ୮୫୫୦ ଟି ସିମ ବଣ୍ଟନ କାରାଯାଇଅଛି ।
ଫାଟୁଆ ନିରାକରଣ କାର୍ଯ୍ୟକ୍ରମ:-
ଫାଟୁଆ ନିରାକରଣ ଯୋଜନାରେ ଉଭୟ ବଡ ଓ ଛୋଟ ଜନ୍ତୁମାନଙ୍କୁ ୧୦୦ ପ୍ରତିଶତ ଟୀକାକରଣ କରାଯାଉଅଛି । ଏହାଦ୍ୱାରା ନୟାଗଡ ଜିଲ୍ଲାକୁ ଆଗାମୀ ୫ବର୍ଷ ମଧ୍ୟରେ ସଂପୂର୍ଣ୍ଣ ଫାଟୁଆ ମୁକ୍ତ କରାଯିବାର ଧାର୍ଯ୍ୟ ଲକ୍ଷ୍ୟ ରହିଛି ।
କୃଷି ଉଦ୍ୟୋଗୀ ଯୋଜନା:-
ବଡ ଫାର୍ମ (୨୦ଟି ଗାଈ କିମ୍ୱା ତଦୁର୍ଦ୍ଧ) ୧୦୦ ଟି ଛେଳି, ମେଣ୍ଢା କିମ୍ୱା ୪୦୦୦ କିମ୍ୱା ତଦୁର୍ଦ୍ଧ ମାଂସାଳ କୁକୁଡ଼ା, ୧୦୦୦୦ କିମ୍ୱା ତଦୁର୍ଦ୍ଧ ଅଣ୍ଡା ଦିଆ କୁକୁଡା ପାଇଁ, ୪୦ ପ୍ରତିଶତ ପୁରୁଷ ଚାଷୀଙ୍କ ପାଇଁ ଏବଂ ୫୦ ପ୍ରତିଶତ ମହିଳା/ଏସସି/ଏସଟି ମାନଙ୍କ ପାଇଁ ଋଣ ଛା଼ଡ ଧାର୍ଯ୍ୟ କରାଯାଇଛି ।
ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ବନ୍ଧରେ
ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ନୟାଗଡ
ମହର୍ଷି ବଦ୍ୟାମନ୍ଦିର ଲେନ୍,
ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ନିକଟ, ନୟାଗଡ-୨
ପିନ୍- ୭୫୨୦୭୦, ଇମେଲ୍-cdvonayagarh[at]gmail[dot]com
ପ୍ରଥମ ଆପିଲେଟ ଅଫିସର
ଡ. ରବିନାରାୟଣ ମହାନ୍ତି, ଇନଚାର୍ଜ ସି.ଡି.ଭିଓ, ନୟାଗଡ
ଦୂରଭାଷ ନଂ –୦୬୭୫୩-୨୫୨୩୩୮
ଜନ ସୂଚନା ଅଧିକାରୀ
ଶ୍ରୀ ପ୍ରଫୁଲ କୁମାର ମହାନ୍ତି, ମୂଖ୍ୟ କିରାଣୀ,
ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ନୟାଗଡ
ଉପ ଜନସୂଚନା ଅଧିକାରୀ
ଶ୍ରୀ ଅମୂଲ୍ୟ କୁମାର ମିଶ୍ର, ବରିଷ୍ଠ କିରାଣୀ
ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ନୟାଗଡ