ପଞ୍ଚାୟତିରାଜ
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନୟାଗଡ଼
ଲକ୍ଷ୍ୟ ଓ ଉଦ୍ଦେଶ୍ୟ
ଗ୍ରାମ ବହୁଳ ଭାରତରେ ସରକାର ଗ୍ରାମ୍ୟ ଉନ୍ନୟନକୁ ପ୍ରଧାନ୍ୟ ଦେଇଛନ୍ତି । ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଜିଲ୍ଲା ଗ୍ର।ମ୍ୟ ଉନ୍ନୟନ ସଂସ୍ଥାକୁ ତାହାର ଉତ୍ତମ ମାଧ୍ୟମ ଭାବେ ଚୟନ କରି ତାହା ଦ୍ଵାରା ବିଭିନ୍ନ ପ୍ରକାର ଦାରିଦ୍ର୍ୟ ଦୂରିକରଣ ଯ଼ୋଜନା ନିଯୁକ୍ତି ଭିତ୍ତିକ ଯ଼ୋଜନା ଗ୍ରାମ୍ୟ ଗୃହ ଯ଼ୋଗାଣ ,ପାନ୍ୟ ଜଳ ଯୋଗାଣ ଯୋଜନା ତଥା ଓଡିଶା ସରକାରଙ୍କର ଅନ୍ୟାନ୍ୟ ଯୋଜନା ଗୁଡିକର ସୁପରିଚାଳନା ତଥା ତଦାରଖ କରିବା ପାଇଁ ଗଠନ କରିଛନ୍ତି ।
ମିଶନ/ଭିଜନ
ଯ଼େ କୌଣସି ଦାରିଦ୍ର୍ୟ ଦୂରିକରଣ ଯ଼ୋଜନା ର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏକ ସ୍ଵଛ ଓ ନିର୍ମଳ ସଂସ୍ଥା ଯ଼ାହା ଦ୍ଵାରା କି, ପ୍ରକୃତ ସରକାରଙ୍କର ଉନ୍ନୟନ କାର୍ଯ଼୍ୟକୁ ସ୍ଵଛତାର ସହ ନିଶ୍ଚିତ ଭାବେ ଗ୍ରାମଞ୍ଚଳ ର ଲୋକମାନଙ୍କ ପାଖେ ପହଞ୍ଚାଇପାରିବ ।
ସଂକ୍ଷିପ୍ତ ଇତିହାସ ଓ ପୃଷ୍ଠଭୂମି
ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନୟାଗଡ ଗତ ତା. ୦୨.୦୭.1993 ମସିହାରୁ ସୋସାଇଟି ରେଜିଷ୍ଟ୍ରେସନ ଏବଂ ୧୮୬୦ ରେ ରେଜିଷ୍ଟ୍ରେସନ ହୋଇଅଛି । ଉଭୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲପରିଷଦ ସଭାପତି ମାନ୍ୟବର ସାଂସଦ ଓ ମାନ୍ୟବର ବିଧାୟକ , ଚେୟାରମ୍ୟାନ, ପଞ୍ଚାୟତ ସମିତି ସମୁହ ମାନେ ଏହାର ସଦସ୍ୟ ଅଟନ୍ତି । ପ୍ରତ୍ୟେକ ଆର୍ଥକ ଓ ପ୍ରଶାସନିକ କ୍ଷମତା ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଦୈନିନ୍ଦିନ ସୁପରିଚାଳନାର ଦାୟିତ୍ଵ ନିଅନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରତ୍ୟେକ ପ୍ରକାର ଅନୁଦାନ ତାହା କେନ୍ଦ୍ରୀୟ ହଉ ବା ରାଜ୍ୟ ଅନୁଦାନ କିମ୍ବା ଯେକୌଣସି ବ୍ୟାଙ୍କ ସଂସ୍ଥା କିମ୍ବା ନିର୍ବାହୀ ସଂସ୍ଥା ଠାରୁ ଗ୍ରହଣ କରାଯାଏ । ପ୍ରତ୍ୟେକ ଅନୁଦାନର ସଦୁପ ଯ଼ୋଗ ହେବାର ସୁପାରିଚାଳନା କରିଥାଏ । ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ, ମାନ୍ୟବର ସାସଂଦଙ୍କ ସଭାପତିତ୍ଵରେ ଏକ ର୍ଦୁନିତି ନିବାରଣ ଓ ମନିଟରିଙ୍ଗ କମିଟି ଗଠନ କରି ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ଅନୁଦାନ ଗୁଡିକର ସଦୁପଯୋଗ ହେଉଥିବାର ତଦାରଖ କରନ୍ତି ।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ ର ମୂଖ୍ୟ କାର୍ଯ଼୍ୟ
- ସମାଜର ପ୍ରତ୍ୟେକ ଗ୍ରାମ୍ୟ ଗରିବ ଲୋକଙ୍କୁ ବା ଗୋଷ୍ଠିଙ୍କୁ ନିଷ୍ପତ୍ତି ଗ୍ରହଣ କରିବାର ସହଭାଗିତା କରିବା ।
- ଦାରିଦ୍ର୍ୟ ଦୀରିକରଣ ଯ଼ୋଜନାରେ ଆସୁଥିବା ପ୍ରତ୍ୟେକ ଅର୍ଥର ସଦୁପଯ଼ୋଗ କରିବାରେ ସଂପୂର୍ଣ୍ଣ ସହାୟକ ହେବା ।
- ପ୍ରତ୍ୟେକ ଯୋଜନାକୁ ମାର୍ଗ ଦର୍ଶକ ଅନୁସାରେ ଉପଯୋଗ କରିବାରେ ସହାୟକ ହେବା ।
- ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଯଥା ସମୟରେ ଯଥା ସୁଚନା ଦେବା ।
- ପ୍ରତ୍ୟେକ ଯ଼ୋଜନାର ସ୍ଵଚ୍ଛତା ଉପରେ ଅଧିକ କ୍ରିୟାଶିଳ କରିବା ।
- ପଞ୍ଚାୟତ ରାଜ ଅନୁଷ୍ଠାନ ମାନଙ୍କ ସହଭାଗିତା ହେବା ।
- ଜିଲ୍ଲାପଞ୍ଚାୟତ କୁ ଅଧିକ ସହଯୋଗ କରି ଜିଲ୍ଲାର ଦାରିଦ୍ର୍ୟ ହଟାଇବା ଓ ଗ୍ରାମ୍ୟଞ୍ଚଳରେ ଅଧିକ ପୃଷ୍ଠଭୂମି ସ୍ଥାପନ କରିବା ।
- ପର୍ଯ଼ାୟକ୍ରମେ ଯ଼ୋଜନାଗୁଡିକର ପ୍ରଗତି ସମ୍ବନ୍ଧରେ ରାଜ୍ୟ ଓ କେନ୍ଦ୍ର ସରାକରଙ୍କୁ ଅବଗତ କରାଇବା ।
- ଦାରିଦ୍ର୍ୟ ଦୂରିକରଣ ଯ଼ୋଜନା ଗୁଡିକର ସ୍ଵଚ୍ଛତା ଉପରେ ଗୁରୁତ୍ବ ଦେବା ।
- ପ୍ରତ୍ୟେକ ଅନୁଦାନର ସଫଳ ସୁବିନିଯୋଗ କରିବା ।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ଚାଲିଥିବା ଯୋଜନା
ଯୋଜନାର ନାମ | ହିତାଧିକାରି | କାର୍ଯ଼୍ୟକାରି ସଂସ୍ଥା | ସଂପୃକ୍ତି |
---|---|---|---|
ଗ୍ରାମ୍ୟ ଗୃହ ଯୋଗାଣ | ଏସଇସିସି-୨୦୧୧ ରେ ତାଲିକାରେ ଯେଉଁ ବ୍ୟକ୍ତି ଙ୍କର ପକ୍କା ଘର ନ ଥିବ । | ପଞ୍ଚାୟତ ସମିତି | ଏସଇସିସି-୨୦୧୧ରେ ପ୍ରାଥମିକତା ଦିଆଯାଇଥିବା ତାଲିକା । |
ବିଜୁ ପକ୍କାଘର | ଏସଇସିସି-୨୦୧୧ ରେ ତାଲିକାରେ ଯେଉଁ ବ୍ୟକ୍ତି ଙ୍କର ପକ୍କା ଘର ନ ଥିବ । | ପଞ୍ଚାୟତ ସମିତି | ଏସଇସିସି-୨୦୧୧ରେ ପ୍ରାଥମିକତା ଦିଆଯାଇଥିବା ତାଲିକା |
ବିଜୁପକ୍କାଘର(ସ୍ପେଶିଆଲ) | ଗ୍ରାମାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତି ବା ପରିବାର ଯେଉଁମାନଙ୍କର ନିଜସ୍ଵ ପକାଘର ନାହିଁ କିମ୍ବା ପ୍ରାକୃତିକ ବିପର୍ଯ଼ୟରେ ଯାହାର ଘର ଭାଙ୍ଗିଥିବ । | ପଞ୍ଚାୟତ ସମିତି | ପଞ୍ଚାୟତ ସମିତିରେ ଦରଖାସ୍ତ କରି ବି.ଡି.ଓ ଙ୍କ ଠାରୁ ପ୍ରସ୍ତାବ ଆଣି ଡିଏଲସିରେ ମଞ୍ଜୁର କରିବେ । |
ଅଣକୁଶଳୀ ଶ୍ରମିକ, ମହାତ୍ମାଗାନ୍ଧୀ ନିମ୍ନିତ କର୍ମନିଯ଼ୁକ୍ତି ଯ଼ୋଜନା | ପ୍ରତ୍ୟେକ ଇଚ୍ଛୁକ ଅଣକୁଶଳୀ ଶ୍ରମିକ । | ପଞ୍ଚାୟତ ସମିତି, ଗ୍ରାମପଞ୍ଚାୟତ ଓ ଲାଇନ୍ ଡିପାର୍ଟମେଣ୍ଟ | ଜବ୍ କାର୍ଡ ରେ ରେଜିଷ୍ଟ୍ରେଷନ ଗ୍ରାମପଞ୍ଚାୟତ ରୋ କାମ କରିବା ଦାବି, ଗ୍ରାମପଞ୍ଚାୟତ ଅଧିକାରୀ/ଗ୍ରାମ ରୋଜଗାର ସେବକଙ୍କୁ ଯୋଗାଯୋଗ କରନ୍ତୁ । |
ଯ଼ୋଗାଇ ଦିଆଯ଼ାଉଥିବା ସେବା
ସେବାର ନାମ | ହିତାଧିକାରୀଙ୍କ ପ୍ରକାର | ରୂପାୟନ କରୁଥିବା ସଂସ୍ଥା |
---|---|---|
ଗ୍ରାମ୍ୟ ଗୃହ | ଯ଼େଉଁମାନଙ୍କର ଜମା ପକ୍କାଘର ନଥିବ (ସାମାଜିକ ଅର୍ଥନୈତିକ , ଜାତି ସେସନସ ୨୦୧୧ ସର୍ଭେ ଅନୁସାରେ ) । | ପଞ୍ଚାୟତ ସମିତି |
ବିଜୁ ପକ୍କାଘର | ଯ଼େଉଁମାନଙ୍କର ଜମା ପକ୍କାଘର ନଥିବ (ସାମାଜିକ ଅର୍ଥନୈତିକ , ଜାତି ସେସନସ ୨୦୧୧ ସର୍ଭେ ଅନୁସାରେ ) । | ପଞ୍ଚାୟତ ସମିତି |
ବିଜୁ ପକ୍କାଘର(ସ୍ପେଶିଆଲ) | ଯ଼େଉଁ ବ୍ୟକ୍ତିଙ୍କର ମୋଟେ ପକ୍କାଘର ନଥିବ କିମ୍ବା ବିପର୍ଯ଼୍ୟୟ ଦ୍ୱାରା ଭାଙ୍ଗିଯ଼ାଇଥିବ । | ପଞ୍ଚାୟତ ସମିତି |
ଆତ୍ମ ନିଯ଼ୁକ୍ତି ପାଇଁ ରୁଣଯ଼ୋଜନା | ପ୍ରତ୍ୟେକ ଇଚ୍ଛୁକ ଏସ୍ ଏଚ୍ ଜି ଗ୍ରୁପ୍ ଯ଼େଉଁମାନେ ବ୍ୟାଙ୍କର ସର୍ତ୍ତାବଳୀ ପୂରଣ କରିଥିବେ । | ପଞ୍ଚାୟତ ସମିତି |
ମହାତ୍ମାଗାନ୍ଧୀ ନିମ୍ନିତ କର୍ମନିଯ଼ୁକ୍ତି ଯ଼ୋଜନା ରେ ଅଣକୁଶଳୀ ଶ୍ରମିକ, | ପ୍ରତ୍ୟେକ ଇଚ୍ଛୁକ ଅଣକୁଶଳୀ ଶ୍ରମିକ, ଯ଼େଉଁମାନେ କାମ କରିବାପାଇଁ ଚାହୁଁଥିବେ । | ପଞ୍ଚାୟତ ସମିତି,ଗ୍ରାମ ପଞ୍ଚାୟତ ଓ ଲାଇନ୍ ଡିପାର୍ଟମେଣ୍ଟ |
ପ୍ରତ୍ୟେକ ଯ଼ୋଜନାର ମାର୍ଗ ନିର୍ମାଣ ନିମ୍ନଲିଖିତ ୱେବ୍ ସାଇଡ ରେ ଉପଲବଧ
- www.rural.nic.in
- www.orissapanchayat.gov.in
- www. nrega.nic.in
- www.iay.nic.in
- www.nrlm.gov.in/, www.nrlmskills.in
ଅଧିକାରୀ
ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନୟାଗଡ
ଓଡିଶା- ୭୫୨୦୭୦
ଫୋନ୍- ୦୬୭୫୩-୨୫୨୦୫୧
ଅଭିଯ଼ୋଗ
ଅଭିଯ଼ୋଗ ତାରିଖ-ପ୍ରତ୍ୟେକ ସୋମବାର
ଫୋନ୍ ନମ୍ବର-୦୬୭୫୩-୨୫୨୦୫୧
ଇ.ମେଲ୍-ori-dnayagarh@nic[dot]in
ସୂଚନା ଅଧିକାରୀ
ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନିକ)
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ-752070
ଫୋନ୍-୦୬୭୫୩-୨୫୨୦୫୧
ସହାୟକ ସୂଚନା ଅଧିକାରୀ
ଯ଼ୋଗେନ୍ଦ୍ର ନାଥ ପ୍ରଧାନ,
ମୁଖ୍ୟ କିରାଣୀ,
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ
ଫୋନ୍-୦୬୭୫୩-୨୫୨୦୫୧