ବନ୍ଦ କରନ୍ତୁ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ

ନୟାଗ଼଼ଡ଼ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ

ଉଦ୍ଦେଶ୍ୟ

ଓଡିଶା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉଚିତ୍ ପର୍ଯ୍ୟବେକ୍ଷଣ ଦ୍ୱାରା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ନୟାଗଡ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଚାଲୁଅଛି । ଏହି କାର୍ଯ୍ୟାଳୟର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୋଜନା, କାର୍ଯ୍ୟକ୍ରମ ଓ ନୀତିକୁ ପାଳନ କରିବା । ମୂଖ୍ୟତଃ ଏହି କାର୍ଯ୍ୟାଳୟ ଜିଲ୍ଲାର ମିଲରମାନଙ୍କ ଦ୍ୱାରା ଚାଷୀଙ୍କ ଠାରୁ ଧାନ ସଂଗ୍ରହଣ, ଚାଉଳ ଗ୍ରହଣ, ଖାଉଟି/ ହିତାଧିକାରୀଙ୍କ ନିମିତ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଖାଦ୍ୟଶସ୍ୟ ଓ କିରୋସିନି ଉଠାଣ, ବଣ୍ଟନ କାର୍ଯ୍ୟ କରିଥାଏ । ଏତଦ୍ ବ୍ୟତୀତ ଓଡିଶା ରାଜ୍ୟ ସରକାରଙ୍କ ଅନୁସୁଚିତ ଜନଜାଚି, ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ,ଅନୁଦାନ ପ୍ରାପ୍ତ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ଅନ୍ତେବାସୀ ଛାତ୍ର ଓ ଛାତ୍ରୀ, କାରାଗାର ଓ ଭିନ୍ନକ୍ଷମମାନଙ୍କ ପାଇଁ ନିୟମିତ ଚାଉଳ ବଣ୍ଟନ କାର୍ଯ୍ୟ କରିଥାଏ । ଠିକ୍ ସମୟରେ ଖାଦ୍ୟ ଶସ୍ୟ ଉଠାଣ ଓ ବଣ୍ଟନ କାର୍ଯ୍ୟକୁ ସୁନିଶ୍ଚିତ କରିବା, ପ୍ରାକୃତିକ ବିପର୍ଯ୍ୟୟ ଯଥା ବର୍ଷା ଋତୁରେ ବନ୍ୟାବାତ୍ୟା ସମଯରେ ଜିଲ୍ଲାର ବନ୍ୟା ପ୍ରବଣ ଓ ଅପହଞ୍ଚ ସ୍ଥାନରେ ବନ୍ୟା ପ୍ରପୀଡିତ ଜନ ସାଧାରଣଙ୍କ ପାଇଁ ଖାଦ୍ୟ ଶସ୍ୟ ମହଜୁଦ୍ କରି ରଖିବାରେ ଏହି କାର୍ଯ୍ୟାଳୟ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ସାଧାରଣ ବଣ୍ଟନ ପ୍ରକ୍ରିୟା

ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବେସରକାରୀ ଖାଦ୍ୟ ଭଣ୍ଡାର ଉଚ୍ଥେଦ କରି୨୦୧୨ଅପ୍ରେଲ ପହିଲାଠାରୁ ସରକାରୀ ବିଭାଗୀୟ ଭଣ୍ଡାର ପ୍ରଣାଳୀ ଆନୟନ କରିଛନ୍ତି । ଯୋଗାଣ ପରିଚାଳନା ପ୍ରଣାଳୀରେ ଖାଉଟି ମାନଙ୍କର ନାମ, ରେସନ କାର୍ଡ ନମ୍ୱର, ସୁଲଭ ବିକ୍ରୟ କେନ୍ଦ୍ର, ଚାଉଳ, ଗହମର, ଆବଣ୍ଟନ ଆଦେଶ ଓଡିଶା ଫୁଡ୍ ପୋର୍ଟାଲ ଜରିଆରେ ପଂଜିକୃତ ହୋଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ହିତାଧିକାରୀମାନଙ୍କର ମାସିକ ହକ୍ ଅନୁସାରେ ବିଭିନ୍ନ ଯୋଜନା ଯଥା ଅର୍ନ୍ନପୂର୍ଣ୍ଣା, ଅନ୍ତ୍ୟୋଦୟ ଯୋଜନା, ଅଗ୍ରାଧିକାର ପରିବାର (ପି.ଏଚ.ଏଚ) ର ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଧାର୍ଯ୍ୟ ମୂଲ୍ୟ ସ୍ଥିର କରାଯାଇଛି ।ପ୍ରତ୍ୟେକ ମାସରେ ଇ-ପସ ଯନ୍ତ୍ର ଦ୍ଵାରା ହିତାଧିକାରୀଙ୍କ ତାଙ୍କର ଧାର୍ଯ୍ୟ ଆବଣ୍ଟନ ଅନୁସାରେ ଆଧାର ସତ୍ୟାପନ ମାଧ୍ୟମରେ ଯୋଗାଇ ଦିଆଯାଉଅଛି ।

  • ଅଗ୍ରାଧିକାର ପରିବାର, ଅନ୍ତୋଦୟ ଅନ୍ନ ଯୋଜନା ଏବଂ  – ଚାଉଳ ୧ କି.ଗ୍ରା. ପ୍ରତି ମୂଲ୍ୟ ଟ୧.୦୦
    ଅନୁସୂଚିତ ଜନଜାତି/ଅନୁସୁଚିତ ଜାତି ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ପାଇଁ
  •  ଅନ୍ନପୂର୍ଣ୍ଣା କାର୍ଡ଼ଧାରୀମାନଙ୍କ ପାଇଁ – ମାଗଣା ଚାଉଳ ୧୦ କି.ଗ୍ରା
  •  କଲ୍ୟାଣ ବିଭାଗ ଅନୁଷ୍ଠାନ ପାଇଁ   -ଚାଉଳ ୧ କି.ଗ୍ରା ପ୍ରତି ଟ୬.୩୦
  •  ସମସ୍ତ ଅଗ୍ରାଧିକାର ପରିବାର ପାଇଁ – ଗହମ ୧ କି.ଗ୍ରା. ପ୍ରତି ଟ୧.00
  •  ସମସ୍ତ ଅଗ୍ରାଧିକାର ପରିବାର ଓ ଅନ୍ତ୍ୟୋଦୟ ଅନ୍ନ ଯୋଜନା କାର୍ଡଧାରୀଙ୍କ ପାଇଁ – କିରୋସିନି ଲିଟର ପ୍ରତି ଟ୨୩.୫୩ ରୁ ଟ ୨୪.୪୮

    ପ୍ରବର୍ତ୍ତନ

    ଜିଲ୍ଲାର ପ୍ରକୃତ ଖାଉଟି ମାନଙ୍କ ପାଇଁ ଖାଦ୍ୟ ଦ୍ରବ୍ୟର ଉପଲବ୍ଧ ଓ ଏହାର ସୁଷମ ବଣ୍ଟନ କାର୍ଯ୍ୟକୁ ଏହି କାର୍ଯ୍ୟାଳୟ ପର୍ଯ୍ୟାଲୋଚନା କରିଥାଏ । ଏଥି ସହିତ ଖୋଲାବଜାରରେ ଅତ୍ୟାବଶ୍ୟକୀୟ ଖାଦ୍ୟଦ୍ରବ୍ୟର ଉପଲବ୍ଧ ଓ ମୂଲ୍ୟକୁ ମଧ୍ୟ ପର୍ଯ୍ୟାଲୋଚନ କରିଥାଏ । ଏହାର କାର୍ଯ୍ୟନିର୍ବାହୀ କର୍ମଚାରୀବୃନ୍ଦ ଇ.ସି ଆକ୍ଟ,୧୯୯୫ ଓ ପିବିଏମଏସ ଆକ୍ଟ, ୧୯୮୦ ବଳରେ କ୍ଷମତାପ୍ରାପ୍ତ ହୋଇ ଖାଦ୍ୟସାମଗ୍ରୀର ବଣ୍ଡନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାନ୍ତି ଓ ସୁଲଭ ବିକ୍ରୟ କେନ୍ଦ୍ର, ଖୋଲାବଜାରରେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର କଳାବଜାରୀକୁ ରୋକିଥାନ୍ତି । ଏକ ସମୟରେ ଏହାର କାର୍ଯ୍ୟ ନିର୍ବାହୀ କର୍ମଚାରୀମାନେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଉପଲବ୍ଧ, ବଣ୍ଟନ ଓ ବଜାର ମୂଲ୍ୟର ବିଚାର ଦାୟୀତ୍ୱ ବହନ କରିଥାନ୍ତି । ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ମହଜୁଦ ମାଲ ଓ କଳାବଜାରୀ ତଥା ଡିଜେଲ୍, ପେଟ୍ରୋଲର ଅପମିଶ୍ରଣ, ଘରୋଇ ଗ୍ୟାସ ସିଲିଣ୍ଡର କୁ ବ୍ୟବସାୟ ପାଇଁ ବ୍ୟବହାର କରୁଥିବାର ଯାଞ୍ଚ ଓ ଚଢଉ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟର ପ୍ରବର୍ତ୍ତନ ଦଳ ନିୟମିତ କରିଥାନ୍ତି ।

    ସଂଗ୍ରହଣ

    ପ୍ରକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କାର୍ଯ୍ୟ ଜିଲ୍ଲା ଯୋଗାଣ ବିଭାଗର ଏକ ପ୍ରମୁଖ କାର୍ଯ୍ୟକ୍ରମ ଅଟେ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପ୍ରଚଳିତ ଫୁଡ ଓ ପ୍ରୋକ୍ୟୁରମେଣ୍ଟ ପଲିସି ଓ ଓଡିଶା ରାଜ୍ୟ ଯୋଗାଣ ନିଗମ ଦ୍ୱାରା ପ୍ରଚଳିତ ଧାରା ଅନୁସାରେ ଖରିଫ ରୃତୁରେ ପ୍ରକୃତ ଚାଷୀଙ୍କଠାରୁ ଯୋଗାଣ ନିଗମ ବିଭିନ୍ନ ରାଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଯଥା ପ୍ରାଥମିକ କୃଷି ସମବାୟ ସଂସ୍ଥା, ମହିଳା ସ୍ୱୟଂ ସହାୟକ ଦଳ ଓ ପାଣି ପଞ୍ଚାୟତ ମାଧ୍ୟମରେ ଓ ଡିସିସିବି ସଂପାଦକ, ଏଆରସିଏସ, ଡେପୁଟି ଡାଇରେକ୍ଟର କୃଷି ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ବାହାଡଝୋଲାଙ୍କ ସହାୟତାରେ ଧାନ ସଂଗ୍ରହ କରିଥାଏ ।

    ଖାଉଟି କଲ୍ୟାଣ

    ଜିଲ୍ଲାର ଖାଉଟିମାନଙ୍କ କଲ୍ୟାଣ, ଅବଗତ ଓ ତାଙ୍କ ଅଧିକାର ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ଧାରା ଅନୁଯାୟୀ କରାଯାଇଥାଏ ।

    ଜିଲ୍ଲାରେ ଚାଲିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ

    ପଞ୍ଚାଯତ ସମିତି  / ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁଯାୟୀ ରାସନ କାର୍ଡ 
    କ୍ରମିକ ନଂ ପଞ୍ଚାଯତ ସମିତି  / ବିଜ୍ଞାପିତ ଅଞ୍ଚଳ ପରିଷଦର ନାମ ପି.ଏଚ.ଏଚ (ଅଗ୍ରାଧିକାର ପରିବାର) ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅର୍ନ୍ନପୂର୍ଣ୍ଣା ଯୋଜନା
    ଭାପୁର ପଞ୍ଚାଯତ ସମିତି ୧୮୭୩୦  ୩୩୪୯ ୧୮୨
    ଦଶପଲ୍ଲା ପଞ୍ଚାଯତ ସମିତି ୧୬୦୩୧  ୨୯୪୭ ୨୦୦
    ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ୨୧୨୦ ୫୩୬
    ଗଣିଆ ପଞ୍ଚାଯତ ସମିତି ୬୮୧୯ ୧୨୯୨ ୭୬
    ଖଣ୍ଡପଡା ପଞ୍ଚାଯତ ସମିତି ୧୮୮୦୪  ୩୧୨୮ ୧୮୨
    ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳପରିଷଦ ୧୧୧୮ ୨୪୦ ୧୮
    ନୟାଗଡ ପଞ୍ଚାଯତ ସମିତି ୨୭୪୭୨ ୪୨୮୨  ୨୦୯
    ନୟାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୫୦୮ ୪୩୬ ୨୭
    ନୂଆଗାଁ ପଞ୍ଚାଯତ ସମିତି ୧୬୮୮୦ ୩୨୬୬ ୧୭୮
    ୧୦ ଓଡଗାଁ ପଞ୍ଚାଯତ ସମିତି ୩୧୮୦୧ ୪୮୦୪ ୨୨୫
    ୧୧ ରଣପୁର ପଞ୍ଚାଯତ ସମିତି ୨୬୧୩୪ ୪୮୬୪ ୩୦୫
    ୧୨ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୨୩୯୦ ୪୦୫
    ମୋଟ ୧୬୯୮୦୭ ୨୯୫୪୯ ୧୬୦୨

    ସାଧାରଣ ବଣ୍ଟନ ବ୍ୟବସ୍ଥା

    ଏହି ଜିଲ୍ଲାରେ ବିଭାଗୀୟ ଗଛିତ ବ୍ୟବସ୍ଥା (ଡିଏସଏସ) ଅପ୍ରେଲ, ୨୦୧୨ ମସିହାଠାରୁ କାର୍ଯ୍ୟକ୍ଷମ କରାଯାଇଛି । ଖାଦ୍ୟ ଭଣ୍ଡାରର ଖାଦ୍ୟଶସ୍ୟ ଉଠାଣ ପାଇଁ ପରିଚାଳନା ଏବଂ ପରିବହନ ଠିକାଦାର ନିୟୋଜିତ ହୋଇ ଚାଉଳ ସଂଗ୍ରହ କେନ୍ଦ୍ର ତଥା ବିଭାଗୀୟ ଖାଦ୍ୟ ଭଣ୍ଡାରର ଉଠାଣ କରି ଖୁଚୁରା ବିକ୍ରୟ କେନ୍ଦ୍ରରେ ପ୍ରଦାନ କରିବା ପାଇଁ ନିୟୋଜିତ କରାଯାଇଛି । ସେହିପରି ପାଞ୍ଚଜଣ ପାଇକାରୀ ବିକ୍ରେତା, ବିଭିନ୍ନ କିରୋସିନି ତୈଳ ଡିପୋରୁ ଉଠାଣ କରି ସରକାରୀ ସୁଲଭ ମୂଲ୍ୟ ଦୋକାନକୁ ପ୍ରଦାନ କରନ୍ତି ।

    ସୁଲଭ ମୂଲ୍ୟ ଦୋକାନ

    ଏହି ଜିଲ୍ଲାରେ ମୋଟ ୨୯୫ ଗୋଟି ସୁଲଭ ମୂଲ୍ୟ ଦୋକାନ ଚାଲୁଅଛି। ଏହାର ବ୍ଳକଓ୍ୱାରୀ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା ।

    ପଞ୍ଚାଯତ ସମିତି /ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସୁଲଭ ମୂଲ୍ୟ ଦୋକାନ
    କ୍ରମିକ ନଂ ପଞ୍ଚାଯତ ସମିତି /ବିଜ୍ଞାପିତ ଅଞ୍ଚଳ ପରିଷଦର ନାମ ଗ୍ରାମପଞ୍ଚାୟତ/ୱାର୍ଡ ଡବ୍ଲ୍ୟୁଏସଏଚଜି ଏସସି ଏସ ପ୍ରାଇଭେଟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ମୋଟ
    ନୟାଗଡ  ପଞ୍ଚାଯତ ସମିତି ୨୭ ୧୬ ୪୬
    ନୟାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ
    ନୂଆଗାଁ ପଞ୍ଚାଯତ ସମିତି ୨୦ ୧୦ ୩୪
    ଓଡଗାଁ ପଞ୍ଚାଯତ ସମିତି ୩୦ ୪୧
    ଦଶପଲ୍ଲା ପଞ୍ଚାଯତ ସମିତି ୧୭ ୨୬
    ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ
    ଗଣିଆ ପଞ୍ଚାଯତ ସମିତି 0 ୧୩
    ଖଣ୍ଡପଡା ପଞ୍ଚାଯତ ସମିତି ୧୯ 0 ୧୭ ୩୮
    ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳ ପରିଷଦ
    ୧୦ ଭାପୁର ପଞ୍ଚାଯତ ସମିତି ୧୯ ୨୮
    ୧୧ ରଣପୁର ପଞ୍ଚାଯତ ସମିତି ୩୨ ୨୭ ୬୧
    ୧୨ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ
    ମୋଟ ୧୭୨ ୨୮  ୮୬ ୨୯୫

    ଖବର

    ସାଧାରଣ ବଣ୍ଡନ ବ୍ୟବସ୍ଥା, ଧାନ ସଂଗ୍ରହଣ ଇତ୍ୟାଦିର ସମସ୍ତ ତଥ୍ୟଗତ ସ୍ୱଚ୍ଛତା ଡବ୍ଲୁଡବ୍ଲୁଡବ୍ଲୁ ଡଟ ଫୁଡଓଡିଶା ଡଟ ଇନ  ପୋର୍ଟାଲରେ ଦେଖିପାରିବେ ।

    ସେବା

    ଜିଲ୍ଲା ଯୋଗାଣ ଅଧିକାରୀଙ୍କର ଟେଲିଫୋନ ନମ୍ବର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ୍ ଫୋନ ନମ୍ବର ଖାଉଟି ସଚେତନ ଓ ଖାଉଟି ସୁରକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଖବରକାଗଜ ,ବ୍ୟାନର,,ଲିଫଳେଟ ମାଧ୍ୟମରେ ସୁଦୂର ପ୍ରସାର କରାଯାଇଛି । ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ରେ ଜଣେ କାଉନସିଲରଙ୍କୁ ନେଇ ଜିଲ୍ଲା ଖାଉଟି ଅଦାଲତ ଚାଲୁଅଛି । ଯେଉଁ ଖାଉଟିମାନେ କୌଣସି ବ୍ୟବସାୟ ସଂସ୍ଥା ଦ୍ୱାରା ଅବହେଳିତ ଓ ନିର୍ଯାତିତ  ହେଉଛନ୍ତି, ସେମାନଙ୍କର ଅଭିଯୋଗ ଶୁଣାଣି ପାଇଁ କାଉନସିଲର ଦରଖାସ୍ତ ଫର୍ମକୁ ପୁରଣ କରି ଦାଖଲ କରିବାରେ ସାହାଯ୍ୟ କରିଥାନ୍ତି । ଯେଉଁ ଖାଉଟି ମାନଙ୍କର ରେସନକାର୍ଡ ହଜିଯାଇଛି, ଚିରିଯାଇଛି କିମ୍ୱା ନଷ୍ଟ ହୋଇଯାଇଛି, ସେମାନେ ଦରଖାସ୍ତ ଦେବାର ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କୁ ସଂପୃକ୍ତ କାର୍ଯ୍ୟାଳୟରୁ ଦୋହରା ରେସନକାର୍ଡ ଯୋଗାଇ ଦିଆଯାଇଥାଏ । ବିଭିନ୍ନ କୋଣରୁ ପ୍ରାପ୍ତ ହେଉଥିବା ସାଧାରଣ ଅଭିଯୋଗ ଗୁଡିକ ଅତି ତପ୍ତରତାର ସହିତ ଖାଉଟିମାନଙ୍କର କଲ୍ୟାଣ ନିମିତ୍ତ ତଦନ୍ତ କରାଯାଇଥାଏ । କୌଣସି କଳାବଜାରୀ, ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମହଜୁଦକାରୀ ଜିଲ୍ଲା ପ୍ରଶାସନ ନଜରକୁ ଆସିଲେ,ତାହା ଜିଲ୍ଲାର ପ୍ରବର୍ତ୍ତନ ଦଳ ଦ୍ୱାରା ଯାଞ୍ଚ ଓ ଚଢଉ କରାଯାଇଥାଏ । ଘରୋଇ ଗ୍ୟାସ ସିଲିଣ୍ଡରର ଦୁର୍ବ୍ୟବହାର, ଯାତ୍ରୀବାହୀ ଯାନରେ କିରୋସିନି ବ୍ୟବହାର ଏବଂ ମାପ ଓ ଓଜନରେ ଠକାମିକୁ ଏହି ପ୍ରବର୍ତ୍ତନ ଦଳ ଦ୍ଵାରା ଯାଞ୍ଚ ଓ ଚଢଉ କରାଯାଇଥାଏ ।

    ଅନ୍ୟାନ୍ୟ

    ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ହିତାଧିକାରୀଙ୍କର ମାସିକ ଚାଉଳ, ଗହମ, କିରୋସିନି ଠିକ୍ ସମଯରେ ଆବଣ୍ଟନ ଅନୁଯାୟୀ ପହଞ୍ଚିଥାଏ ।

    ଯୋଜନା

    ବୈଧ ରାସନ କାର୍ଡ ଥିବା ଖାଉଟିମାନଙ୍କୁ ସରକାରଙ୍କ ଦ୍ୱାରା ବିଭିନ୍ନ ଯ଼ୋଜନାରେ ଯୋଗାଇ ଦିଆଯାଉଥିବା ରାସନ ସାମଗ୍ରୀଗୁଡିକ ସେମାନଙ୍କର ସଂପୃକ୍ତ ଖୁଚୁରା ବିକ୍ରୟ କେନ୍ଦ୍ର ଗୁଡିକରେ ଉପଲବ୍ଧ  ହେଉଅଛି ।

    ବିଭିନ୍ନ ଯୋଜନାର ବିବରଣୀ
    ସାମଗ୍ରୀର ନାମ  ବଣ୍ଟନର ମାପ ମୂଲ୍ୟ(କେଜି /ଲିଟର ପିଛା)
    ପି.ଏଚ.ଏଚ (ଅଗ୍ରାଧିକାର ପରିବାର) ଚାଉଳ/ଗହମ ମୁଣ୍ଡପିଛା ୫ କି.ଗ୍ରା. (ଚାଉଳ/ଗହମ କିମ୍ବା ଉଭୟ)  ୧ ଟଙ୍କା
    ଅନ୍ତ୍ୟୋଦୟ ଅନ୍ନ ଯୋଜନା ଚାଉଳ ୩୫ କେ.ଜି ୧ ଟଙ୍କା
    ଅର୍ନ୍ନପୂର୍ଣ୍ଣା ଯୋଜନା ଚାଉଳ ୧୦  କେ.ଜି ମାଗଣା
    ଏସ.କେ ଅଏଲ (ନୀଳରଙ୍ଗୀ କିରାସିନି ତେଲ) ୦.୬୫୦ ଲିଟର.  ୨୩.୦୩ ଟଙ୍କାରୁ ୨୩.୯୫ ଟଙ୍କା

    ନିୟମାବଳୀ ଓ ବିଜ୍ଞପ୍ତି

    ଯଥା ସମଯରେ ଆବଶ୍ୟକ ହେଉଥିବା ନିୟମ ଗୁଡିକ ଜିଲ୍ଲା ଅଧିକାରୀମାନଙ୍କଠାରୁ ବ୍ଳକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କୁ ଯୋଗାଇ ଦିଆଯାଏ ଯାହାଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଧାନ ସଂଗୃହିକରଣ ସୂଚାରୁରୁପେ ହୋଇପାରିଥାଏ ।

    ଅଭିଯୋଗ

    ସାଧାରଣ ଜନତାଙ୍କର ଅଭିଯୋଗଗୁଡିକ ପ୍ରତ୍ୟେକ ସପ୍ତାହର ସୋମବାର ଦିନ ପଞ୍ଚାୟତ ସମିତିସ୍ତର ଏବଂ ଜିଲ୍ଲା ସ୍ତରରେ ଶୁଣାଯାଇଥାଏ । ଯେହେତୁ ଏହି କାର୍ଯ୍ୟାଳୟ ( ସିଧାସଳଖ ଭାବରେ ଜିଲ୍ଲାପାଳଙ୍କ ଅଧିନରେ ଅଛି, ତେଣୁକରି ଜନତାଙ୍କର ସମସ୍ତ ଅଭିଯୋଗଗୁଡିକ ନିୟମିତ ଭାବରେ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ସମାଧାନ ହୋଇଥାଏ ।

    ଦସ୍ତାବିଜ

    ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀ ଏବଂ ସର୍ତ୍ତାବଳୀଗୁଡିକ ସମୟାନୁଯାୟୀ ଗୁରୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟରେ ସଂପାଦିତ ହୋଇଥାଏ। ଜିଲ୍ଲାର ବିଭିନ୍ନ ଯୋଜନାରେ ଦିନକୁ ଦିନ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟଗୁଡିକର ସମୀକ୍ଷା ନିୟମିତଭାବରେ କ୍ଷେତ୍ରଧିକାରୀମାନଙ୍କୁ ନେଇ ପାକ୍ଷିକ ଏବଂ ତ୍ରୟୋମାସିକ ସଭା ଅନୁଷ୍ଠିତ ହୋଇଥାଏ ।

    ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଅଧିକାରୀ-

    ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ନୟାଗଡ
    ଦୁରଭାଷ ନଂ:-୦୬୭୫୩-୨୫୨୩୩୩
    ପ୍ରଥମ ଆପେଲେଟ ଅଧିକାରୀ
    (ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ)
    ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

    ଜନ ସୂଚନା ଅଧିକାରୀ –

    ଏସସିଏସଓ(ସଦର)

    ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
    ଦୁରଭାଷ ନଂ.:-୦୬୭୫୩-୨୫୩୯୪୨

    ସହ ଜନ ସୂଚନା ଅଧିକାରୀ

    1.  ହେଡ କ୍ଲର୍କ
      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ନୟାଗଡ
    2. ସିନିୟର ଆକାଉଣ୍ଟସ ସୁପରଭାଇଜର,ଓଏସସିଏସସି ଲିମିଟେଡ ,ନୟାଗଡ