ଜିଲ୍ଲା ସମ୍ବନ୍ଧରେ

୩୮୯୦ ବର୍ଗ କିଲୋମିଟର ଭୌଗଳିକ କ୍ଷେତ୍ରଫଳ ବିଶିଷ୍ଟ ନୟାଗଡ ଜିଲ୍ଲା ଜନସଂଖ୍ୟା ୨୦୦୧ ଜନଗଣନା ଅନୁସାରେ ସମୁଦାୟ ୯୬୨୭୮୯ ଅଟେ । ଜିଲ୍ଲାର ସମୁଦାୟ ପୁରୁଷ ଜନସଂଖ୍ୟା ୫୦୨୬୩୬ ଏବଂ ମହିଳା ଜନସଂଖ୍ୟା ୪୬୦୧୫୩ ଅଟେ । ପ୍ରଶାସନିକ ସଂପୃକ୍ତି ଦୃଷ୍ଟିରୁ ଜିଲ୍ଲା ନୟାଗଡ ଜିଲ୍ଲାର ଏକମାତ୍ର ସବ୍-ଡିଭିଜନ ନୟାଗଡ ଅଟେ । ଜିଲ୍ଲାରେ ୮ଗୋଟି ତହସିଲ, ୮ଗୋଟି ବ୍ଳକ, ୧୪ ଗୋଟି ଥାନା,୧୯୪ ଗୋଟି ଗ୍ରାମପଞ୍ଚାୟତ ଏବଂ ୧୭୦୨ ଗୋଟି ଗ୍ରାମ କାର୍ଯ୍ୟ କରୁଅଛନ୍ତି । ଜିଲ୍ଲାରେ ଉଷ୍ଣମଣ୍ଡଳୀୟ ଜଳବାୟୁ ଅନୁଭୂତ ହୁଏ ଯ଼ାହାଦ୍ୱାରା ଖରାଦିନେ ଅତ୍ୟଧିକ ଗରମ ଏବଂ ଶୀତଦିନେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୁଏ । ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ସେଲସିଅସରୁ ଅଧିକ (ଗ୍ରୀଷ୍ମଋତୁ) ଏବଂ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ ( ଶୀତଋତୁ) ଅନୁଭୂତ ହୁଏ । ମୌସୁମୀ ସମୟରେ ସାଧାରଣତଃ ଅତ୍ୟଧିକ ବର୍ଷା ହୁଏ ଯ଼ାହା ଦକ୍ଷିଣ ପଶ୍ଚିମ ମୋସୁମୀବାୟୁ ଦ୍ୱାରା ପ୍ରଭାବିତ ହୋଇଥାଏ ।

ଅଧିକ ପଢ

ଡ.ଏନ.ତିରୁମାଲା ନାୟକ୍ (ଭା.ପ୍ର.ସେ)
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ନୟାଗଡ ଡ.ଏନ.ତିରୁମାଲା ନାୟକ୍ (ଭା.ପ୍ର.ସେ)

ଫଟୋ ଗ୍ୟାଲେରୀ